ସୁନାମି ମୁକାବିଲା: ପ୍ରଶିକ୍ଷିତ ହେବ ୩୨୮ ଗାଁ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଚଳିତ ବର୍ଷ ଅକ୍ଟୋବର ପୂର୍ବରୁ ଓଡ଼ିଶା ଉପକୂଳର ୩୨୮ ଗାଁକୁ ସୁନାମି ମୁକାବିଲା ପାଇଁ ପ୍ରସ୍ତୁତ କରାଯିବ। ତନ୍ମଧ୍ୟରୁ ୨ ଗାଁ ସମ୍ପୂର୍ଣ୍ଣ ସୁନାମି ପ୍ରତିରୋଧ କରିବାକୁ ସକ୍ଷମ ହୋଇଗଲାଣି। ଯେକୌଣସି ସମୟରେ ୟୁନେସ୍କୋ ପକ୍ଷରୁ ଏହି ୨ ଗାଁକୁ ସୁନାମି ପ୍ରତିରୋଧ ରୂପେ ଘୋଷଣା କରାଯିବ। ଏହି ସଂସ୍ଥାର ୧୦ ସୂତ୍ରୀ ମାନଦଣ୍ଡ ପୂରଣ କରିବା ଦ୍ୱାରା ଉକ୍ତ ମାନ୍ୟତା ମିଳିଥାଏ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଗୁରୁବାର ଏହି ସୂଚନା ଦେଇଛନ୍ତି। ବିପର୍ଯ୍ୟୟ ତଥା ସୁନାମି ମୁକାବିଲା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି।

Share