Categories: ଖେଳ

ସୁନାରେ ବିଶ୍ୱକପ୍‌ ଟ୍ରଫି ନିର୍ମାଣ କଲେ ଜଣେ ଭାରତୀୟ ଫ୍ୟାନ: ୟୁଜର୍ସ କହିଲେ, ପାକିସ୍ତାନ ପଠେଇଦିଅ

ବେଙ୍ଗାଲୁରୁ, ୪।୭: ୨୦୧୯ ଆଇସିସି ବିଶ୍ୱକପ୍‌ ସେମିଫାଇନାଲ ଯେତିକି ପାଖେଇ ଆସୁଛି, ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ସେତିକି ବଢିବାରେ ଲାଗିଛି। ବିଶ୍ୱକପରେ ଭାରତୀୟ ଦଳ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ଏଥିପାଇଁ ଭାରତୀୟ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖାଦେଇଛି। ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଦର୍ଶକମାନେ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି। ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି କର୍ନାଟକରେ। ଏଠାରେ ଜଣେ କ୍ରିକେଟ ଫ୍ୟାନ୍‌ ସୁନାରେ ବିଶ୍ୱକପ୍‌ ଟ୍ରଫି ନିର୍ମାଣ କରି ଚର୍ଚ୍ଚାକୂୁ ଆସିଛନ୍ତି। ସେ ହେଉଛନ୍ତି ନାଗରାଜ ରେଭାଙ୍କର। ୧.୫ ସେମିର ଏହି ଟ୍ରଫିଟିର ଓଜନ ମାତ୍ର ୦.୪୯ ଗ୍ରାମ। ଏହି ଟ୍ରଫି ସେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିଛନ୍ତି। ଉକ୍ତ ଟ୍ରଫିଟିକୁ ପାକିସ୍ତାନ ପଠାଇ ଦେବାକୁ ୟୁଜର୍ସମାନେ ନାଗରାଜଙ୍କୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ଭାରତ ଚଳିତ ବିଶ୍ୱକପରେ ସେମିଫାଇନାଲରେ ପ୍ରବେଶ କରିସାରିଥିବାବେଳେ ପାକିସ୍ତାନ ଶେଷ ୪ ସ୍ଥାନରେ ପହଞ୍ଚିବା ପାଇଁ ସଂଘର୍ଷ କରୁଛି।

Share