Categories: ଫୁରସତ

ସୁନାର ସାଫା

ରାଜସ୍ଥାନୀ ପୋଷାକରେ ସାଫା ବା ପଗଡ଼ିର ସ୍ଥାନ ସ୍ବତନ୍ତ୍ର। ଏହା ଏକ ପାରମ୍ପରିକ ପରିଧାନ । ପ୍ରାୟ ୭୦-୮୦ ବର୍ଷ ପୂର୍ବେ ରାଜପୁତମାନେ ସୁନାର ସାଫା ପିନ୍ଧୁଥିଲେ। ତେବେ ଆମେ ଏଠି ଯେଉଁ ସାଫା କଥା କହୁଛୁ, ସେ ଟିକେ ଖାସ୍‌। କାରଣ ଏହି ସାଫା ୨୪ କ୍ୟାରେଟ୍‌ ସୁନାରେ ତିଆରି। ଉକ୍ତ ସାଫାର ଓଜନ ୫୮୦ ଗ୍ରାମ୍‌ ଏବଂ ଲମ୍ବ ୯ ମିଟର। ଏହାକୁ ତିଆରି କରିଛନ୍ତି ଜୟପୁରର ଡିଜାଇନର୍‌ ଭୂପେନ୍ଦ୍ର ସିଂ ଶେଖାଓ୍ବତ। ଭୂପେନ୍ଦ୍ର କୁହନ୍ତି, ‘ଏହାକୁ ତିଆରି କରିବା ପାଇଁ ବହୁତ ସମୟ ଲାଗିଥିଲା। ଆଉ ୪୮ ଜଣ କାରିଗର ମତେ ଏଥିରେ ସାହାଯ୍ୟ କରିଥିଲେ। ସାଧାରଣ ସାଫାର ମୂଲ୍ୟ ୧ ହଜାର ଟଙ୍କାରୁ ଆରମ୍ଭ ହେଉଥିବାବେଳେ ଏହି ସାଫାର ମୂଲ୍ୟ ୨୨ ଲକ୍ଷ।’

Share