ସୁନାର ୫୦ ତୁଳସୀପତ୍ର ଚଢ଼ାଇଲେ ଶ୍ରଦ୍ଧାଳୁ

ବିଶାଖାପାଟଣା: ଭଗବାନଙ୍କ ନିକଟରେ ନିଜର ଭକ୍ତି ଓ ଆସ୍ଥାକୁ ଲୋକେ ବିଭିନ୍ନ ଉପାୟରେ ପ୍ରକାଶ କରିଥାନ୍ତି। ଅନେକ ଲୋକ ମନ୍ଦିରରେ ଦାନ କରି ଶାନ୍ତି ମଧ୍ୟ ଲାଭ କରନ୍ତି। ନିଜ କ୍ଷମତା ଅନୁଯାୟୀ ଲୋକେ ବସ୍ତ୍ର, ଟଙ୍କା ଏବଂ ସୁନା ରୁପା ଅଳଙ୍କାର ଆକାରରେ ଦାନ କରିଥାନ୍ତି। ଆନ୍ଧ୍ର ପ୍ରଦେଶର ତିରୁପତି ମନ୍ଦିରରେ ଲୋକେ ସର୍ବାଧିକ ସୁନା ଗହଣା ଦାନ କରୁଥିବାବେଳେ ସିହ୍ମାଚଳମ୍‌ସ୍ଥିତ ବରାହ ଲକ୍ଷ୍ମୀ ନରସିହ୍ମା ମନ୍ଦିର ମଧ୍ୟ ଦାନଧର୍ମ ପାଇଁ ପ୍ରସିଦ୍ଧ। ହେଲେ ଜଣେ ଶ୍ରଦ୍ଧାଳୁ ସୁନାରେ ନିର୍ମିତ ୫୦ଟି ତୁଳସୀପତ୍ର ଚଢ଼ାଇ ନିଜର ଭକ୍ତି ଅର୍ପଣ କରିବା ବିଷୟ ଏବେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ସେ ୨୫ ଲକ୍ଷ ଟଙ୍କାରେ ଏହି ସୁନାର ତୁଳସୀପତ୍ର କରିଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ସେ ଏହି ମନ୍ଦିରକୁ ଏକ ତାମ୍ରରେ ନିର୍ମିତ ଏକ ଗରୁଡ଼ ଯାନ ଦାନ କରିଛନ୍ତି। ଏହି ମନ୍ଦିର ବହୁ ପ୍ରସିଦ୍ଧ ହୋଇଥିବାବେଳେ ଭଗବାନ ବିଷ୍ଣୁ ଏଠାରେ ବରାହ ନରସିହ୍ମାଭାବେ ପୂଜା ପାଇଥାନ୍ତି।

Share