Categories: ବାଣିଜ୍ୟ

ସୁନା ଗହଣାରେ ବାଧ୍ୟତାମୂଳକ ହେବ ହଲମାର୍କ

ନୂଆଦିଲ୍ଲୀ,୩୦-୧୧: ୨୦୨୧ ଜାନୁୟାରୀ ୧୫ଠାରୁ ସୁନା ଗହଣାରେ ହଲମାର୍କକୁ ବାଧ୍ୟତାମୂଳକ କରାଯିବ। ସୁନା ଗହଣାର ଗୁଣବତ୍ତା ପ୍ରସଙ୍ଗକୁ ଧ୍ୟାନରେ ରଖି ସରକାର ଏଭଳି ପଦକ୍ଷେପ ନେଇଥିବା କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶ୍ୱାନ ଶୁକ୍ରବାର ସୂଚନା ଦେଇଛନ୍ତି। ଏଥି ଲାଗି ସରକାର ଏକ ବିଜ୍ଞପ୍ତି ଆଗାମୀ ଦିନରେ ଜାରି କରିବେ। ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଇବା ଲାଗି ଏକ ବର୍ଷ ସମୟ ଦେଇଛନ୍ତି। ଏହା ଦ୍ୱାରା ଜୁଏଲର୍ସମାନେ ସେମାନଙ୍କ ବର୍ତ୍ତମାନର ଗଛିତ ଗହଣାକୁ ବିକ୍ରି କରିବାକୁ ସମୟ ମିଳିବ।

Share