ସୁନା ଛୁଇଁବା ହେବ ସାତ ସପନ: ମାର୍ଚ୍ଚ-ଏପ୍ରିଲ୍‌ରେ ଟପିବ ୪୫ ହଜାର; ଡିସେମ୍ବରରେ ୫୦ ହଜାର !

ନୂଆଦିଲ୍ଲୀ,୨୦।୨: ଆଗକୁ ସୁନା ଛୁଇଁବା ସାତ ସପନ ପରି ହେବାକୁ ଯାଉଛି। ମାର୍ଚ୍ଚ-ଏପ୍ରିଲ୍‌ରେ ସୁନା ୧୦ ଗ୍ରାମ ପିଛା ଦାମ ୪୫ ହଜାର ଟଙ୍କା ଟପିବାର ସମ୍ଭାବନା ରହିଛି। ଗୁରୁବାର ସୁନା ୧୦ ଗ୍ରାମ ଦାମ ୪୧ ହଜାର ୭୯୮ ଟଙ୍କାରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ସୁନା ଦାମରେ ୧୨ ଶହ ଟଙ୍କା ବୃଦ୍ଧି ପାଇଛି। ମୁମ୍ବାଇର ହାଜିର ବଜାରରେ ବୁଧବାର ସୁନା ଦାମ ୧୦ ଗ୍ରାମ ପିଛା ୪୧ ହଜାର ୫୦୦ ଟଙ୍କାଥିବାବେଳେ ଗୁରୁବାର ୪୨ ହଜାର ୭୦୦ଟଙ୍କାରେ ପହଞ୍ଚିଛି। ଏଭଳି ଧାରା ଜାରି ରହିଲେ ଚଳିତ ବର୍ଷ ଡିସେମ୍ବର ବେଳକୁ ସୁନା ଦାମ ୫୦ ହଜାର ଟଙ୍କା ଛୁଇଁବାର ସମ୍ଭାବନା ଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି।

Share