Categories: ବାଣିଜ୍ୟ

ସୁନା ଦର ୩୮ ହଜାର ନିକଟବର୍ତ୍ତୀ

ନୂଆଦିଲ୍ଲୀ,୮-୮: ଅନ୍ତର୍ଜାତୀୟ ଓ ଘରୋଇ ବଜାରରେ ସକାରାମତ୍କ ସଙ୍କେତ କାରଣରୁ ଦେଶର ସର୍ରାଫା ବଜାରରେ ବୁଧବାର ସୁନା ଦର ଆକାଶଛୁଅଁା ହୋଇଛି। ଘରୋଇ ବଜାରରେ ସୁନା ଦର ପ୍ରତି ୧୦ ଗ୍ରାମ ୩୮ ହଜାର ଟଙ୍କା ନିକଟବର୍ତ୍ତୀ ହୋଇଛି। ଏହା ୧,୧୧୩ ଟଙ୍କା ବୃଦ୍ଧି ପାଇ ୩୭,୯୨୦ ଟଙ୍କାରେ ପହଞ୍ଚତ୍ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ସେହିପରି ରୁପା ଦର ୬୫୦ ଟଙ୍କା କେଜି ପ୍ରତି ବଢ଼ି ୪୩,୬୭୦ ଟଙ୍କା ହୋଇଛି। ଅନ୍ତର୍ଜାତୀୟ ବଜାରରେ ସୁନା ଦର ପ୍ରତି ଆଉନ୍ସ ୧୪୯୦.୨୦ ଡଲାର ଓ ରୁପା ଦର ୧୬.୮୧ ଡଲାରରେ ପହଞ୍ଚତ୍ୟାଇଛି। ଗହଣା ନିର୍ମାତା ତଥା ଜେମ୍ସ ଆଣ୍ଡ ଜୁଏଲେରି ଟ୍ରେଡ କାଉନସିଲ୍‌ ଅଫ୍‌ ଇଣ୍ଡିଆ ଅଧ୍ୟକ୍ଷ ଶାନ୍ତିଭାଇ ପଟେଲ କହିଛନ୍ତି ଯେ, ଅନ୍ତର୍ଜାତୀୟ ବଜାରରେ ସୁନାର ଦରବୃଦ୍ଧିର ପ୍ରଭାବ ଦେଶର ସର୍ରାଫା ବଜାରରେ ବୁଧବାର ଦେଖିବାକୁ ମିଳିଛି। ବୁଧବାର ଦିଲ୍ଲୀ ସର୍ରାଫା ବଜାରରେ ପ୍ରତି ୧୦ ଗ୍ରାମ ୨୨କ୍ୟାରେଟ ସୁନା ଦର ୩୭,୭୫୦ ଟଙ୍କା ଓ ୨୪ କ୍ୟାରେଟ ଦର ୩୭,୯୨୦ ଟଙ୍କା ରହିଛି। ସେହିପରି ରୁପା ଦର କେଜି ପିଛା ୪୩,୬୭୦ ଟଙ୍କାରେ କାରବାର ବନ୍ଦ ହୋଇଛି।

Share