ସୁନା ଦୋକାନୀଙ୍କଠାରୁ ଲୁଟ ଉଦ୍ୟମ: ଅଭିଯୁକ୍ତ ଗିରଫ

ବାରିପଦା ଅଫିସ,୨୬ା୧୦- ବାରିପଦା ସହରର ଜିଲା ପ୍ରାଣୀ ଚିକିତ୍ସାଳୟ ନିକଟରେ ଗତ ମଙ୍ଗଳବାର ରାତିରେ ଜଣେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ ଉଦ୍ୟମ ଘଟଣାରେ ଟାଉନ ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ଜିଲା ଆସ୍କା ଥାନା ଅଞ୍ଚଳର ଫୁଲି ଗୋପାଳ। ତାଙ୍କ ନିକଟରୁ ନଗଦ ୬ ହଜାର ଟଙ୍କା, ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା, ଗୋଟିଏ ମୋଟରସାଇକେଲ ଓ ଗୋଟିଏ ମୋବାଇଲ ଫୋନ ପୋଲିସ ଜବତ କରିଛି। ଅଭିଯୁକ୍ତ ଫୁଲି ବାରିପଦା ଟାଉନ ଥାନାର ୨ ଟି ମାମଲା, ଉଦଳା ଥାନାର ୨ ଟି ମାମଲା, ନୀଳଗିରି ଥାନାର ୪ ଟି ମାମଲା ଓ ବାଲିଆପାଳ ଥାନାର ଗୋଟିଏ ମାମଲାରେ ସଂଶ୍ଲିଷ୍ଟ ଥିବା ପୋଲିସ ସୂଚନା ଦେଇଛି। ଏହି ଅଭିଯୁକ୍ତ ତାଙ୍କର ୪ ସହଯୋଗୀଙ୍କ ସହ ବାରିପଦା ରଘୁନାଥପୁର ଅଞ୍ଚଳରେ ଭଡାଘରେ ରହି ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାରେ ଅପରାଧମାନ ଘଟାଇ ଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି। ତେବେ ଘଟଣା ଗୋଟିଏ ପ୍ରକାର ଘଟିଥିବା ବେଳେ ପୋଲିସ କିନ୍ତୁ ଅଲଗା ଦର୍ଶାଇଛି । ଫଳରେ ପୋଲିସର ଭୂମିକା ସନ୍ଦେହ ଘେରରେ ଥିବା ଜଣାପଡିଛି। ସ୍ଥାନୀୟ ଯୁବକମାନେ ଅଭିଯୁକ୍ତଙ୍କୁ ଧରି ପୋଲିସ ଜିମା ଦେଇ ଥିବା ବେଳେ ପୋଲିସ ନିଜେ ଧରି ଥିବା ଦର୍ଶାଇ ବାହା ବାହା ନେବାକୁ ଚେଷ୍ଟା କରିଛି।
ଉଲ୍ଲେଖଯୋଗ୍ୟ ଯେ, ବିଜୟ ସିଂ ନାମକ ଜଣେ ସୁନା ବ୍ୟବସାୟୀ ଗତ ମଙ୍ଗଳବାର ରାତି ପ୍ରାୟ ୧୦ ଟା ବେଳେ ରକ୍ସିରୋଡ଼ ସ୍ଥିତ ତାଙ୍କ ସୁନା ଦୋକାନ ବନ୍ଦ କରି ମଧୁବନ ସ୍ଥିତ ଘରକୁ ଯାଉଥିଲେ। ଏହି ସମୟରେ ତାଙ୍କୁ ଦୁଇ ଜଣ ଯୁବକ ଏକ ନମ୍ବର ବିହୀନ ମୋଟସାଇକେଲ ଯୋଗେ ପିଛା କରିଥିଲେ। ବିଜୁପଟ୍ଟନାୟକ ଗୋଲେଇ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ରାସ୍ତାରେ ଲୁଟେରା ଦ୍ୱୟ ତାଙ୍କଠାରୁ ସୁନା ଗହଣା ବ୍ୟାଗ ଛଡାଇ ନେଇ ଖସି ଯାଉଥିଲେ । ସୁନା ଦୋକାନୀ ଜଣକ ଲୁଟେରା ଦ୍ୱୟଙ୍କ ପଛରେ ଗୋଡ଼ାଇ ଥିଲେ। ପରେ ଚିକିତ୍ସାଳୟ ନିକଟସ୍ଥ ଏକ ଚାହା ଦୋକାନ ନିକଟରେ ଥିବା ଛାତ୍ର ବିଜେଡି ରାଜ୍ୟ ସମ୍ପାଦକ ଶେଖ ଅବଦୁଲ ହବିବ ଓ ତାଙ୍କ ସମର୍ଥକମାନେ ଏହି ଲୁଟେରା ଦ୍ୱୟଙ୍କ ମଧ୍ୟରୁ ଜଣଙ୍କୁ ଗୋଡ଼ାଇ କାବୁ କରିବା ସହ ପୋଲିସ ଜିମା ଦେଇଥିଲେ। ଅନ୍ୟ ଜଣେ ସେଠାରୁ ଖସି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ପୁଣି ମିଳିଲା ହାତୀର ମୃତ ଦେହ : ଶିମିଳିପାଳରେ…

ବାରିପଦା,୨୦।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ତାଳବନ୍ଧ ରେଞ୍ଜ ବାଲିଆଢିପା ଜଙ୍ଗଲରେ ଏକ ହାତୀର ମୃତ...

ହଇଜାରେ ଚାଲିଗଲା ୨ ଜୀବନ, ୩୦ରୁ ଊର୍ଦ୍ଧ୍ୱ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ହଇଜା ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏକ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ଅଘଟଣ: ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର

ବାରିପଦା,୧୭।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ସଦର ଥାନା ଅଧୀନ କାଠପାଳ ବନ୍ଧରେ ବୁଡି ୨ଜଣ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର...

ସବୁ ସାରିଦେଲା ଲଘୁଚାପ ବର୍ଷା, ଜଣଙ୍କ କାନ୍ଥ ଭାଙ୍ଗି ଆଉ ଜଣଙ୍କ ଘରେ…

ମୋରଡ଼ା,୧୫ା୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ଦୁଇଦିନ ହେବ ବର୍ଷା ଲାଗି ରହିଛି। ସେହିପରି ମୋରଡ଼ା ବ୍ଲକରେ ମଧ୍ୟ ବର୍ଷା ଜାରି...

ଗଛରେ ପିଟି ହୋଇଗଲା ବୋଲେରୋ, ଭିତରେ ଥିଲେ ୧୩ଜଣ..

ବାରିପଦା,୧୫।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶନିବାର ବିଳମ୍ବିତ ରାତିରେ ବାରିପଦା ସହର ଉପକଣ୍ଠ ପୃଥକ ଦୁର୍ଘଟଣାରେ ୪ ଯୁବକଙ୍କ ମୃତ୍ୟୁ ଘଟିଛି । ପାଲବଣି ସ୍ଥିତ ୧୮ନଂ...

ଜେଲ୍‌ ଭିତରକୁ ନେଇଥିଲେ ମୋବାଇଲ, ପରେ…

ବାରିପଦା,୧୪।୯: କାର୍ଯ୍ୟରେ ଥାଇ ମୋବାଇଲ ବ୍ୟବହାର ପଡ଼ିଲା ମହଙ୍ଗା।ଜେଲ ଭିତରେ ମୋବାଇଲ ବ୍ୟବହାର କରି ନିଲମ୍ବିତ ହେଲେ ୱାର୍ଡର। ଏଭଳି ଘଟଣା ଘଟିଛି କରଞ୍ଜିଆ ଉପକାରାଗାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri