Categories: ଜାତୀୟ

ସୁନା ଭଣ୍ଡାରରେ ବହୁ ବିଷାକ୍ତ ସାପ !

ଲକ୍ଷ୍ନୌ,୨୨।୨: ଉତ୍ତରପ୍ରଦେଶ ସୋନଭଦ୍ରର ପାହାଡ଼ର ମାଟି ତଳେ ସୁନା ଭଣ୍ଡାର ସହିତ ଟନ୍‌ ଟନ୍‌ ୟୁରାନିୟମ ଗଚ୍ଛିତ ଥିବା ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ୧୨ ଲକ୍ଷ କୋଟି ଟଙ୍କାର ସୁନା ଗଚ୍ଛିତ ଥିବା ଅନୁମାନ କରାଯାଉଛି। ସେହିପରି କୋଟି କୋଟି ଟଙ୍କାର ୟୁରାନିୟମ ଏବଂ ଅନ୍ୟ ଖଣିଜ ପଦାର୍ଥ ମଧ୍ୟ ରହିଥିବା ଆକଳନ କରାଯାଇଛି। ତେବେ ଏଠାକାର ଅଞ୍ଚଳ ବହୁ ବିଷାକ୍ତ ସାପଙ୍କ ଆଶ୍ରୟସ୍ଥଳୀ ବୋଲି ପରିବେଶବିତ୍‌ କହିଛନ୍ତି। ଏହି ଅଞ୍ଚଳର ବୋଡ଼ା, ନାଗ, ଅଜଗର, ଗୋଖରର ରସେଲ ଭାଇପର ଆଦି ସାପ ବାସ କରୁଛନ୍ତି। ଉତ୍ତରପ୍ରଦେଶର ଏହି ଅଞ୍ଚଳରେ କେବଳ ରସେଲ ଭାଇପର ବାସ କରୁଥିବା ପ୍ରାଣୀ ବିଜ୍ଞାନୀ ସୂଚନା ଦେଇଛନ୍ତି। ଏଠାରେ ଖଣି ଖନନ କାର୍ଯ୍ୟ ଆରମ୍ଭ ହେଲେ ଏହାର ପ୍ରଭାବ ସାପଙ୍କ ଉପରେ ପଡ଼ିବାର ଆଶଙ୍କା ଦେଖାଦେଇଛି। ଏହାଦ୍ୱାରା ପରିବେଶ ଉପରେ ନକାରାତ୍ମକ ପ୍ରଭାବ ଅନୁଭୁତ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

Share