Categories: ଫୁରସତ

ସୁନା ମଣିଷ: ପ୍ରତିଦିନ ପିନ୍ଧନ୍ତି ୫ କି.ଗ୍ରା.ରୁ ଅଧିକ ସୁନା

ପ୍ରତିଦିନ ସେ ପିନ୍ଧନ୍ତି ୫ କି.ଗ୍ରା.ରୁ ଅଧିକ ଓଜନର ସୁନା। ବେକରେ ମୋଟା ମୋଟା ସୁନାର ଚେନ୍‌, ହାତରେ ସୁନାର କଙ୍କଣ ସହ ୧୦ ଆଙ୍ଗୁଳିରେ ୧୦ଟି ବଡ଼ ବଡ଼ ସୁନାର ମୁଦି, ତାସହ ସୁନାର ଘଣ୍ଟା। କେବଳ ସେତିତି ନୁହେଁ ହାତରେ ତାଙ୍କର ଥାଏ ସୁନାର କଭରରେ ଥିବା ଆଇଫୋନ୍‌। ପାଦରେ ପିନ୍ଧନ୍ତି ସୁନାର ଜୋତା। ତେବେ ଆମେ ଏଠାରେ କୌଣସି ମହିଳାଙ୍କ ବିଷୟରେ କହୁ ନାହୁଁ। ବରଂ ଜଣେ ପୁରୁଷ ଯିଏକି ସୁନା ପାଇଁ ପାଗଳପ୍ରାୟ। ତେଣୁ ସେ ନିଜକୁ ସଜାଇ ଥାଆନ୍ତି ଖାଣ୍ଟି ସୁନାର ଗହଣାରେ। ସେ ହେଉଛନ୍ତି ମହାରାଷ୍ଟ୍ର, ପୁନେର ପ୍ରଶାନ୍ତ ଲକ୍ଷ୍ମଣ ସପକଲ୍‌। ପେସାରେ ସେ ଜଣେ ବ୍ୟବସାୟୀ। ଏନ୍‌ଏସଏସ୍‌ ନାମ ସମାଜସେବା ସଂସ୍ଥା ସହ ମଧ୍ୟ ସେ ଜଡିତ ଅଛନ୍ତି। ପ୍ରଶାନ୍ତଙ୍କର ପିଲାଦିନରୁ ସୁନା ପ୍ରତି ଦୁର୍ବଳତା ରହିଥିଲା। ଅକ୍ଟୋବର ୨୦୧୮ରୁ ସେ ଏଭଳି ସୁନା ପିନ୍ଧିବା ଆରମ୍ଭ କରିଛନ୍ତି। ଆଉ ସାଜିଛନ୍ତି ଭାରତର ନୂଆ ଗୋଲ୍ଡମ୍ୟାନ୍‌।

Share