Categories: ବାଣିଜ୍ୟ

ସୁନା ରେକର୍ଡ ୪୦ ହଜାର ଟପିଲା

ନୂଆଦିଲ୍ଲୀ,୩୦-୮: ସୁନା ଦର ଗୁରୁବାର ପ୍ରତି ୧୦ ଗ୍ରାମ୍‌ ୨୫୦ ଟଙ୍କା ବୃଦ୍ଧି ପାଇ ରେକର୍ଡ ୪୦ ହଜାର ଟଙ୍କା ଟପିଛି। ଅଲ୍‌ ଇଣ୍ଡିଆ ସର୍ରାଫା ଆସୋସିଏଶନର ରିପୋର୍ଟ ଅନୁଯାୟୀ ଗୁରୁବାର ସୁନା ଦର ୪୦,୨୨୦ ଟଙ୍କାରେ କାରବାର ବନ୍ଦ ହୋଇଛି। ବୁଧବାର ସୁନା ଦର ୩୦୦ ଟଙ୍କା ବଢ଼ିଥିଲା। ସେହିପରି ଚାହିଦା ବୃଦ୍ଧି କାରଣରୁ ରୁପା ଦର ମଧ୍ୟ ଦିନେ ଦୁଇଦିନ ଭିତରେ ରେକର୍ଡ ୫୦ ହଜାର ଟଙ୍କା ଛୁଇଁବାକୁ ଯାଉଛି। ଗୁରୁବାର ରୁପା ଦର କେଜି ୨୦୦ ଟଙ୍କା ବଢ଼ି ୪୯,୦୫୦ ଟଙ୍କାରେ କାରବାର ବନ୍ଦ ହୋଇଛି। ବ୍ରେକ୍‌ଜିଟର ଅଗ୍ରଗତି, ଆମେରିକା ଓ ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ନେଇ ଆସନ୍ତା ସପ୍ତାହରେ ହେବାକୁ ଥିବା ଆଲୋଚନାରୁ ସୁନା ଦର ଉପରେ ପ୍ରଭାବ ପକାଇବ ବୋଲି ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜର ସିନିୟର ଆନାଲିଷ୍ଟ(କମୋଡିଟି) ତପନ ପଟେଲ କହିଛନ୍ତି।

Share