ସୁନ୍ଦରଗଡ଼ରେ ଅଭିବାଦନ ରଖିଲେ ମୁଖ୍ୟମନ୍ତ୍ରୀ: ବିର୍ସା ମୁଣ୍ଡାଙ୍କ ନାମରେ ଘୋଷଣା କଲେ ହକି ଷ୍ଟାଡିୟମ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସୁନ୍ଦରଗଡ଼ ଜିଲା ଗସ୍ତରେ ଯାଇଛନ୍ତି। ରାଉରକେଲାଠାରେ ଦେଶର ସର୍ବବୃହତ୍‌ ହକି ଷ୍ଟାଡିୟମ ସହ ଜିଲାର ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ନିର୍ମାଣ ହେବ। ଜିଲାର ବିକାଶ ଲାଗି ସରକାର ପ୍ରାୟ ୪,୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ରାଉରକେଲା ସହର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଉଠିଛି।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଅଭିବାଦନ ଦେଇ କହିଛନ୍ତି, ଆପଣ ମାନକେ ସବକେ ମୋର ଜୁହାର । ଆଜି ରାଉରକେଲା ଆସି ମୁଁ ବହୁତ ଖୁସି। ହକିର ଅନ୍ତୁଡ଼ିଶାଳରେ ମୁଁ ପହଞ୍ଚତ୍ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି। ବିକାଶର ମୂଳଦୁଆ ପକାଇଥିଲେ ବିଜୁବାବୁ, ତେଣୁ ଯେବେ ରାଉରକେଲା ଆସେ ବିଜୁବାବୁଙ୍କ କଥା ମନେପଡେ ବୋଲି ଅଭିବାଦନ ଆରମ୍ଭରୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ରାଉରକେଲାରେ ନିର୍ମାଣ ହେବାକୁ ଯାଉଥିବା ଦେଶର ସର୍ବବୃହତ୍‌ ହକି ଷ୍ଟାଡିୟମର ନାଁ ମହାନ୍‌ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଏହାପରେ ସୁନ୍ଦରଗଡ଼ ହକିର ଅନ୍ତୁଡ଼ିଶାଳ ବୋଲି ସେ କହିଛନ୍ତି। ଏହି ଜିଲାର ଖେଳାଳି ହକି ପାଇଁ ଦେଶରେ ଗର୍ବ ଓ ଗୌରବ ଆଣିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share