ସୁନ୍ଦରଗଡ଼ରେ ଆଉ ୪ ପଜିଟିଭ୍‌ ଚିହ୍ନଟ: ୩୭ରେ ପହଞ୍ଚିଲା ମୋଟ କରୋନା ଆକ୍ରାନ୍ତ ସଂଖ୍ୟା

ସୁନ୍ଦରଗଡ଼,୨୪।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ଆଉ ୪ଜଣ କୋଭିଡ-୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ପୁରୁଷ ଏବଂ ଜଣେ ମହିଳା ରହିଛନ୍ତି। ସେମାନଙ୍କ ମଧ୍ୟରେ ଦୁଇଜଣ ମହାରାଷ୍ଟ୍ର ଫେରନ୍ତା ଥିବା ବେଳେ ଜଣେ ଚେନ୍ନାଇ ଫେରନ୍ତା ଅଛନ୍ତି। ସେମାନେ ବିଶ୍ରା ଓ ଲାଠିକଟା ବ୍ଲକ ଅଞ୍ଚଳର। ଗତ ୨୨ ତାରିଖରେ ଆକ୍ରାନ୍ତଙ୍କମାନଙ୍କର ସ୍ବାବ୍‌ ଟେଷ୍ଟ କରାଯାଇଥିଲା। ଏବେ ସେମାନଙ୍କ ନମୁନା ପଜିଟିଭ୍‌ ଆସିବା ପରେ ସେମାନଙ୍କୁ ରାଉରକେଲାସ୍ଥିତ କୋଭିଡ ହସ୍ପିଟାଲକୁ ପଠାଯାଇଛି। ସେମାନଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ବର୍ତ୍ତମାନ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି।

Share