ସୁନ୍ଦରଗଡ଼ରେ ପହଞ୍ଚିଲା ମୌସୁମୀ: ଜାରିରହିଛି ବର୍ଷା

ସୁନ୍ଦରଗଡ଼,୧୪ା୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ରେ ମୌସୁମୀ ପହଞ୍ଚିଛି। ଫଳରେ ଶନିବାର ରାତିରୁ ରବିବାର ପର୍ଯ୍ୟନ୍ତ ବର୍ଷା ଲାଗିରହିଛି। ଜିଲାରେ ହାରାହାରି ୬୨.୫୯ ମିମି ବର୍ଷା ହୋଇଥିବା ଜିଲା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁସାରେ ୧୭ଟି ବ୍ଲକରେ ୧୦୬୪.୧ମିମି ବର୍ଷା ହୋଇଛି। ସେଥିମଧ୍ୟରୁ ସୁନ୍ଦରଗଡ଼ ସଦର ବ୍ଲକରେ ସର୍ବାଧିକ ୧୫୮.୦ ମିମି ବର୍ଷା ହୋଇଛି। ଲେଫ୍ରିପଡ଼ା ବ୍ଲକରେ ୧୫୨ ମିମି, କୁତ୍ରା ବ୍ଲକରେ ୧୦୨ ମିମି ବର୍ଷା ଓ ହେମଗିରି ବ୍ଲକରେ ସର୍ବନିମ୍ନ ୪.୦ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି। ଜିଲାରେ ବଜ୍ରପାତରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।