ସୁନ୍ଦରଗଡ଼ର ୭୧ ନମୁନାରୁ ୫୬ ନେଗେଟିଭ୍

ସୁନ୍ଦରଗଡ଼, ୫।୪(ଡି.ଏନ.ଏ.) କରୋନା ସଂକ୍ରମଣ କୁ ରୋକିବା ନିମନ୍ତେ ଜିଲା ପ୍ରଶାସନ ଓ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡାକଡି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲାରେ କେବଳ ସକାଳ ୬ ଟା ରୁ ଦିନ ୧୧ ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ରାଶନ ଦୋକାନ ଓ ପରିବା ଦୋକାନ ଖୋଲିବା ପାଇଁ ଜିଲା ପ୍ରଶାସନ ନିର୍ଦେଶ ଦେଇଛି। ବର୍ତ୍ତମାନ ସୁଦ୍ଧା ଜିଲାରୁ ଯାଇଥିବା ମୋଟ ୭୧ଟି ନମୁନା ମଧରୁ ୫୬ ଟି ର ରିପୋର୍ଟ ନେଗେଟିଭ୍ ଆସିଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଜିଲାରେ ହୋମ କ୍ବାରେଣ୍ଟାଇନରେ ୫,୮୦୦ ଜଣ ରହିଥିବା ବେଳେ ୨୦୦୦ ଜଣ ବାହାର ରାଜ୍ୟରୁ ଆସିଥିବା ଶ୍ରମିକ ମାନଙ୍କୁ ହୋମ କ୍ବାରାଣ୍ଟାଇନରେ ରଖାଯାଇଛି। ଏମାନଙ୍କ ମଧ୍ୟରୁ ୪ହଜାର ଜଣଙ୍କ ୧୪ ଦିନ ଅବଧି ସରିଥିବା କୁହାଯାଇଛି।