ସୁନ୍ଦରଗଡ଼ ଜିଲାପାଳଙ୍କ ନାଁରେ ଫେକ୍‌ ଆକାଉଣ୍ଟ: ସ୍ପଷ୍ଟୀକରଣ ରଖିଲେ ଜିଲାପାଳ

ସୁନ୍ଦରଗଡ଼,୧୨।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲାଯାଇ ଲାଞ୍ଚ ମଗାଯାଉଛି। ଏହା ମାଧ୍ୟମରେ ଦାମୀ ଉପହାର, ମୋବାଇଲ ଦେବାକୁ କୁହାଯାଉଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ପଷ୍ଟୀକରଣ ରଖିଛନ୍ତି ଜିଲାପାଳ।
ପ୍ରାପ୍ତ ସୂଚନାନୁଯାୟୀ, କେହି ଦୁର୍ବୃତ୍ତ କିଛି ଦିନ ହେବ ଜିଲାପାଳଙ୍କ ନାଁରେ ଆକାଉଣ୍ଟ ଖୋଲି ଠକେଇ କରୁଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଜିଲାପାଳ ତାଙ୍କ ବନ୍ଧୁଙ୍କ ଠାରୁ ଜାଣିବାକୁ ପାଇଥିଲେ। ପରେ ଏହା ତାଙ୍କ ଆକାଉଣ୍ଟ ନୁହେଁ ବୋଲି ଫେସ୍‌ବୁକ୍‌ ପେଜ୍‌ରେ ସ୍ପଷ୍ଟୀକରଣ ଦେଇଛନ୍ତି। ଏହା ସହ ଫେକ୍‌ ଆକାଉଣ୍ଟ ଲିଙ୍କ୍‌ ଦେଇ ଲୋକଙ୍କୁ ଏପରି ଠକାମିର ଶିକାର ନ ହୋଇ ସଚେତନ ରହିବାକୁ ଜିଲାପାଳ ନିବେଦନ କରିଛନ୍ତି। ଉକ୍ତ ଆକାଉଣ୍ଟକୁ ବ୍ଲକ୍‌ କରି ଦିଆଯାଇଛି । ଅଧିକ ତଦନ୍ତ ପରେ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ମିଳିବ ବୋଲି ଜିଲାପାଳ କହିଛନ୍ତି।

Share