ସୁନ୍ଦରଗଡ଼ ଜିଲାରେ ଆଉ ୮ କରୋନା ପଜିଟିଭ୍‌ ଚିହ୍ନଟ

ସୁନ୍ଦରଗଡ଼,୨।୬(ଡି.ଏନ୍‌.ଏ): ସୁନ୍ଦରଗଡ଼ ଜିଲାରେ ମଙ୍ଗଳବାର ଆଉ ୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ୭ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ ଲେଖାଏଁ ସଦର ଓ ବଡ଼ଗାଁ ବ୍ଲକର ହେଇଥିବା ବେଳେ ୪ ଜଣ ରାଉରକେଲାର। ସେମାନେ ସମସ୍ତେ ମହାରାଷ୍ଟ୍ର ଫେରନ୍ତା। ସମସ୍ତେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ଥିଲେ। ବର୍ତ୍ତମାନ ସମସ୍ତଙ୍କୁ କୋଭିଡ ହସ୍ପିଟାଲ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ସମ୍ପୁର୍ଣ୍ଣ ଗସ୍ତ ବିବରଣୀ ଓ କଣ୍ଟାକ୍ଟ ଟ୍ରେସି ଜାଣିବା ଲାଗି ଉଦ୍ୟମ ଜାରି ରହିଛି।