ସୁନ୍ଦରଗଡ଼ ଜିଲାରେ ପ୍ରଥମ ୨ କରୋନା ଆକ୍ରାନ୍ତ ଚିହ୍ନଟ: ବିଶ୍ରାରେ ପହଞ୍ଚିଲେ ସ୍ବାସ୍ଥ୍ୟ ଅଧିକାରୀ

ସୁନ୍ଦରଗଡ଼,୧୨।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ପ୍ରଥମ ଥର ପାଇଁ ଦୁଇଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଶନିବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ନମୂନା ପରୀକ୍ଷଣ ରିପୋର୍ଟରେ ୪ଜଣ ପଜିଟିଭ୍‌ ରହିଥିଲେ। ତେବେ ସେଥିରୁ ୨ଜଣ ସୁନ୍ଦରଗଡ଼ ଜିଲା ବିଶ୍ରା ଅଞ୍ଚଳର ବୋଲି ଜଣାପଡ଼ିଛି। ଜିଲା ପ୍ରଶାସନ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଥିଲେ ହେଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ତେବେ ଝାଡଖଣ୍ଡ-ଓଡ଼ିଶା ସୀମାନ୍ତବର୍ତ୍ତୀ ଏହି ଅଞ୍ଚଳରେ ଜିଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ପହଞ୍ଚିଥିବା ସୂଚନା ମିଳିଛି।

Share