କବଳ ଖାଦ୍ୟରେ ନୁହେଁ ବରଂ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଜାଇଫଳଔଷଧ ଭଳି କାମ କରିଥାଏ। ଏଥିରେ ଥିବା ମ୍ୟାଗ୍ନେସିୟମ୍, ମାଙ୍ଗାନିଜ୍ ଭଳି ପୋଷକ ତତ୍ତ୍ୱ ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ…
ପିଗ୍ମେଣ୍ଟେଶନ କମ୍ କରିଥାଏ – ତ୍ୱଚାର ପିଗ୍ମେଣ୍ଟେଶନ ଏବଂ ଡାର୍କ ସର୍କଲ ଦୂର କରିବା ପାଇଁ ଜାଇଫଳ ବେଶ୍ ଉପକାରୀ। ଡାଲଚିନି ପାଉଡର, ଲେମ୍ବୁରସ ଓ ଦହିର ମିଶ୍ରଣକୁ ମୁହଁରେ ଲଗାନ୍ତୁ। ୫ରୁ୧୦ ମିନିଟ୍ ପରେ ମୁହଁ ଧୋଇଦିଅନ୍ତୁ। ସପ୍ତାହରେ ଅନ୍ତତଃ ତିନିଥର ଏପରି କରନ୍ତୁ।
ତ୍ୱଚାକୁ କୋମଳ ରଖିଥାଏ – ମହୁ,ବେକିଂ ସୋଡ଼ା, ଲବଙ୍ଗତେଲ, ଜାଇଫଳ ଓ ଲେମ୍ବୁରସର ମିଶ୍ରଣକୁ ମୁହଁରେ ଲଗାଇ ମସାଜ କରନ୍ତୁ। ଏହା ତ୍ୱଚାରେ ପ୍ରବେଶ କରିବା ଦ୍ୱାରା ତ୍ୱଚା ଟାଇଟ୍ ରହିଥାଏ ଏବଂ ଖୋଲିଯାଇଥିବା ପୋର୍ସ ବନ୍ଦ ହୋଇଥାଏ। ଏବେ ମୁହଁକୁ ହାଲ୍କା ଉଷୁମ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହରେ ୨ ରୁ ୩ଥର ଏପରି କରନ୍ତୁ। ତ୍ୱଚା କୋମଳ ରହିବା ସହ ଚମକ ଆସିଥାଏ।
ତୈଳୀୟ ତ୍ୱଚା – ତୈଳୀୟ ତ୍ୱଚା ପାଇଁ ଏହା ବେଶ୍ ଉପକାରୀ। ଜାଇଫଳ ପାଉଡର ଏବଂ ମହୁର ମିଶ୍ରଣକୁ ତ୍ୱଚାରେ ଲଗାଇ ୫ରୁ୧୦ ମିନିଟ୍ ପରେ ଧୋଇ ଦିଅନ୍ତୁ। ଉଭୟରେ ମହଜୁଦ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ଆଣ୍ଟି ଇନ୍ଫ୍ଲାମେଟୋରି ଉପାଦାନ ତ୍ୱଚାରୁ ବ୍ରଣ ଆଦି ଦୂର କରିଥାଏ।
ଆଣ୍ଟି ଏଜିଂ – ଜାଇଫଳରେ ମହଜୁଦ ଥିବା ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ଏଜିଂ ତତ୍ତ୍ୱ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ଜାଇଫଳ ପାଉଡର, ଦହି ଏବଂ ମହୁର ମିଶ୍ରଣକୁ ମୁହଁରେ ଲଗାଇ ୧୦ ମିନିଟ୍ ପରେ ଧୋଇଦିଅନ୍ତୁ।