Categories: ଫୁରସତ

ସୁନ୍ଦରୀ ଝିଅ! ନା ବାବା ନା

କିଏ ଭୂତକୁ ଡରେ ତ କିଏ ଅନ୍ଧାରକୁ ଡରେ। କିଏ ଗାଡ଼ି ଦୁର୍ଘଟଣାକୁ ଡରେ ତ କିଏ ପୁଣି ସରକାରଙ୍କୁ ଡରେ। ମାତ୍ର ସୁନ୍ଦରୀ ମହିଳାଟିଏ ଦେଖିଲେ ଡରରେ ପାଣି ପିଇଯିବା କଥା ଶୁଣିଲେ ନିଶ୍ଚିତ ଭାବରେ ଯିଏ କେହି ବି ଆଶ୍ଚର୍ଯ୍ୟ ହେବ। ମାତ୍ର ତାହା ହିଁ ସତ। ଏମିତି କିଛି ଘଟେ କେତେକ ପୁରୁଷଙ୍କ ନିକଟରେ। ସୁନ୍ଦରୀ ଯୁବତୀଟିଏ ଦେଖି ଦେଲେ ଝାଳରେ ଦେହ କଣ୍ଟିଯାଏ। ଦେହ ହାତ ଥରିବାକୁ ଲାଗେ। ଡିପ୍ରେସନ୍‌ ସୃଷ୍ଟିହୁଏ। ଥରକୁଥର ଛେପ ଢୋକିବାକୁ ପଡ଼େ। ଏଭଳି ଘଟଣା ଘଟୁଥିବା ବ୍ୟକ୍ତିଜଣକ ପାଖରେ ଯଦି ପାଣି ଗ୍ଲାସ୍‌ ଥାଏ ତା’ହେଲେ ସେ ତାହାକୁ ଉଠେଇ ନେଇ ଗୋଟିଏ ଢୋକରେ ପିଇ ଦିଅନ୍ତି। ଏହା ବ୍ୟତୀତ ମନରେ ଇନ୍‌ଫେରିଅରିଟି କମ୍ପ୍ଲେକ୍ସ ସୃଷ୍ଟି ହୋଇଯାଏ। ଭାରି ଅସହାୟ ଲାଗେ। ଏମିତି କାହିଁକି ହୁଏ ବୋଲି ମନରେ ସ୍ବତଃ ପ୍ରଶ୍ନ ଉଠିବା ସ୍ବାଭାବିକ। ମେଡିକାଲ ସାଇନ୍ସ ଭାଷାରେ ଏହା ହେଉଛି ଏକ ଫୋବିଆ। ଏହାକୁ ଭେନୁଷ୍ଟ୍ରାଫୋବିଆ ବୋଲି କୁହାଯାଏ। କେତେକଙ୍କ କ୍ଷେତ୍ରରେ ଯୌବନାବସ୍ଥାରେ ଏଭଳି ଲକ୍ଷଣ ଦେଖିବାକୁ ମିଳିଥାଏ।

Share