ସୁନ୍ଦରୀ ମହିଳାଙ୍କୁ ଦେଖି ଗାଡି ଅଟକାଇଲେ ଟ୍ରାଫିକ ପୋଲିସ: ଚାଲାଣ କାଟି ଲେଖିଲେ ‘ଆଇ ଲଭ୍‌ ୟୁ’

ଉରୁଗୁୟେ,୮।୬: ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ସାଧାରଣତଃ ଚାଲାଣ କଟାଯାଇଥାଏ। କେବେ କେବେ ଦ୍ରୁତ ଗତିରେ ଗାଡି ଚଳାଇବା, ସିଟ୍‌ ବେଲ୍ଟ ନ ବାନ୍ଧିବା, ନିଶାସକ୍ତ ଅବସ୍ଥାରେ ଡ୍ରାଇଭିଂ କରିବା, ଟ୍ରାଫିକ୍‌ ଅଟକାଇଥିବା ବେଳେ ନିୟମ ଭାଙ୍ଗି ଆଗକୁ ମାଡିଯିବା ଆଦି କ୍ଷେତ୍ରରେ ଚାଲାଣ କଟାଯାଇଥାଏ। ହେଲେ ସାଉଥ୍‌ ଆମେରିକାର ଉରୁଗୁୟେରେ ଜଣେ ଟ୍ରାଫିକ ପୋଲିସ ଏମିତି କାରଣ ପାଇଁ ଚାଲାଣ କାଟିଛନ୍ତି ଯାହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ଅସଲ କଥା ହେଲା କାର୍ଯ୍ୟରତ ଥିବା ଟ୍ରାଫିକ ପୋଲିସଙ୍କ ସାମ୍ନାରେ ଜଣେ ସୁନ୍ଦରୀ ମହିଳା କାର୍‌ ଚଳାଇ ଯାଉଥିଲେ। ମହିଳାଙ୍କୁ ଅଟକାଇ ଟ୍ରାଫିକ୍‌ ପୋଲିସ ଚାଲାଣରେ ଯାହା ଉଲ୍ଲେଖ କରିଥିଲେ ତାହା ଥିଲା ସବୁଠାରୁ ବଡ ଆଶ୍ଚର୍ଯ୍ୟ ଜନକ ଘଟଣା। ଚାଲାଣରେ ଉଲ୍ଲେଖ ଥିଲା କି ମହିଳା ଜଣଙ୍କ ଖୁବ୍‌ ସୁନ୍ଦର ଓ ତାଙ୍କ ଚେହେରା ବେଶ୍‌ ଆକର୍ଷଣୀୟ। ଯେଉଁଥିପାଇଁ ରାସ୍ତାରେ ବଡ ବଡ ଦୁର୍ଘଟଣା ଘଟୁଛି। ଏତିକି ଲେଖି ସାରିବା ପରେ ଟ୍ରାଫିକ୍‌ ପୋଲିସ ଜଣଙ୍କ ଚାଲାଣ ଶେଷରେ ‘ଆଇ ଲଭ୍‌ ୟୁ’ ମଧ୍ୟ ଲେଖିଦେଇଥିଲେ। ଏହାପରେ ଏହି ଚାଲାଣ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଟ୍ରାଫିକ୍‌ ପୋଲିସ୍‌ ଖୁବ୍‌ ଟ୍ରୋଲ୍‌ ହୋଇଛନ୍ତି।

Share