Categories: ଫୁରସତ

ସୁନ୍ଦରୀ ଯୁବତୀଙ୍କୁ ଘାରିଲା ବିଲେଇ ହେବାର ନିଶା: ତା’ପରେ କଲେ ଏମିତି କାମ

ସୋସିଆଲ ମିଡିଆରେ ଜଣେ ସୁନ୍ଦରୀ ଯୁବତୀଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସେ ବିଲେଇ ରୂପରେ ନଜର ଆସିଛନ୍ତି। ଇନଷ୍ଟାଗ୍ରାମରେ ଆଇଡିନ ମୋଡଙ୍କ ନାମରେ ଆକାଉଣ୍ଟରେ ଯୁବତୀଙ୍କ ଅନେକ ଫଟୋ ଶେୟାର କରାଯାଇଛି। ଏହି ଫଟୋ ଗୁଡ଼ିକରେ ସେ ବିଲେଇ ଭଳି ଦେଖାଯାଉଛି। ୨୨ ବର୍ଷୀୟା ଏହି ଯୁବତୀ ଜଣଙ୍କ ବିଲେଇ ପରି ଦେଖାଯିବାକୁ ଚାହୁଁଥିଲେ। ସେଥିପାଇଁ ସେ ଶରୀରରେ ଅନେକ ଅସ୍ତ୍ରୋପଚାର କରିଥିଲେ। ଏପର୍ଯ୍ୟନ୍ତ ସେ ୭୨ଥର ଅସ୍ତ୍ରୋପଚାର କରିସାରିଲେଣି।

ତାଙ୍କୁ ମାତ୍ର ୧୧ ବର୍ଷ ବୟସ ହୋଇଥିବା ବେଳେ ତାଙ୍କୁ ବିଲେଇ ହେବାର ନିଶା ଘାରିଥିଲା। ସେବେଠାରୁ ସେ ଅସ୍ତ୍ରୋପଚାର କରାଇଆସୂଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ଅନେକ ଭିଡିଓ ଏବଂ ଫଟୋ ଅଛି, ଯେଉଁଥିରେ ସେ ବିଲେଇ ପରି ଦେଖାଯାଉଛନ୍ତି।

Share