Categories: ଫୁରସତ

ସୁନ୍ଦରୀ ହେବାକୁ ବାହାନା

ସୁନ୍ଦରୀ ଦିଶିବା ସବୁ ନାରୀର ଇଚ୍ଛା। ସେମିତି ବି ଇଚ୍ଛା ରଖିଥିଲେ ଜାମୀ ଲାଇନ୍‌ ଟୋଲେର ନାମ୍ନୀ ଜନୈକା ମହିଳା। ସେ ଦେଖିବାକୁ ସେମିତି ସୁନ୍ଦରୀ ନଥିଲେ। ମାତ୍ର ତାଙ୍କ ଭିତରେ ସୁନ୍ଦର ହେବାକୁ ନେଇ ଆକାଶଛୁଅଁା ଇଚ୍ଛା ରହିଥିଲା। ନିଜକୁ ଆକର୍ଷଣୀୟ କରି ଅନ୍ୟନିକଟରେ ପ୍ରଦର୍ଶିତ କରାଇବା ଥିଲା ତାଙ୍କର ମୁଖ୍ୟ ଲକ୍ଷ୍ୟ। ସେଥିଲାଗି ସେ ଯେକୌଣସି ସ୍ତରକୁ ଓହ୍ଲେଇଯିବା ପାଇଁ ପ୍ରସ୍ତୁତ ଥିଲେ। ଏହା ଯେ ତାଙ୍କ ଭିତରର ଏକ ନାରୀ ସୁଲଭ ହୀନମନ୍ୟତା ସେ ସେକଥା ଭଲଭାବରେ ଜାଣିଥିଲେ। ମାତ୍ର ସେ ଆଉ ପଛକୁ ଫେରିବା ଅବସ୍ଥାରେ ନ ଥିଲେ। ସେ ଜାଣିଥିଲେ ଯେ, ନାରୀର ସୌନ୍ଦର୍ଯ୍ୟ ହେଉଛି ତା’ର ବକ୍ଷୋଜ। ଦିନେ ତାଙ୍କ ମୁଣ୍ଡକୁ ଏକ ଧାରଣା ଜୁଟିଲା ଯେ, ସେ ତାଙ୍କର ବକ୍ଷକୁ ଅଧିକ ଆକର୍ଷଣୀୟ କରିବେ। ଆଉ ସେଥିପାଇଁ ତାଙ୍କୁ ବକ୍ଷ ପ୍ରତିରୋପଣ କରିବା ପାଇଁ ପଡ଼ିବ। ଏହା ହିଁ ଏକମାତ୍ର ବିକଳ୍ପ। ତେବେ ବକ୍ଷ ପ୍ରତିରୋପଣ ଲାଗି ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି। ମାତ୍ର ତାଙ୍କ ନିକଟରେ ଅର୍ଥ ନ ଥିଲା। ଜାମୀ ଲାଇନ୍‌ କିନ୍ତୁ ନିଜକୁ ସୁନ୍ଦରୀ କରିବାକୁ ଯେକୌଣସି କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିଲେ। ସେ ଦିନେ ଘୋଷଣା କରିଦେଲେ ଯେ, ତାଙ୍କୁ ସ୍ତନ କର୍କଟ ହୋଇଛି। ତାଙ୍କର ବ୍ରେଷ୍ଟ କନ୍‌ଷ୍ଟ୍ରକ୍ସନ୍‌ କରିବାକୁ ପଡ଼ିବ। ଏହା ଘୋଷଣା କରି ସେ ତାଙ୍କର ଚିହ୍ନା ପରିଚିତ ତଥା ସମ୍ପର୍କୀୟମାନଙ୍କ ଠାରୁ ଦାନସୂତ୍ରରେ ଟଙ୍କା ଆଦାୟ କଲେ। ଏଭଳି ଅବସ୍ଥାରେ ତାଙ୍କୁ କିଏ ବା ମନା କରନ୍ତା। ସେ ବହୁ ଅର୍ଥ ସଂଗ୍ରହ କରିନେଲେ। ଖୁସିରେ ତାଙ୍କ ମନ ନାଚିବାକୁ ଆରମ୍ଭ କରିଦେଲା। ଭାବିଲେ, ବକ୍ଷ ପ୍ରତିରୋପଣ କରିବେ ଆଉ ସୁନ୍ଦରୀ ଦିଶିବେ। ମାତ୍ର ସେତିକିବେଳେ ପୋଲିସ ଆସି ତାଙ୍କୁ ଗିରଫ କଲା। କୌଣସି ସୂତ୍ରରୁ ପୋଲିସ ଖବର ପାଇ ଯାଇଥିଲା ଯେ, ଜାମୀଙ୍କୁ କ୍ୟାନସର ହୋଇନାହିଁ। ସେ ମିଛରେ ଅର୍ଥ ଆଦାୟ କରୁଛନ୍ତି। ଡାକ୍ତରଖାନାରେ ତାଙ୍କର ପରୀକ୍ଷା କରାଗଲା। ପରୀକ୍ଷାରୁ ଜଣାଗଲା ଯେ, ସେ ସମ୍ପୂର୍ଣ୍ଣ ସୁସ୍ଥ।

Share