ସୁନ୍ଦରୀ ହେବା ପାଇଁ ପ୍ଲାଷ୍ଟିକ୍‌ ସର୍ଜରୀ କରାଇଥିଲେ ଏହିସବୁ ଅଭିନେତ୍ରୀ

ବଲିଉଡ୍‌ର ଅଧିକାଂଶ ଅଭିନେତ୍ରୀ ବାସ୍ତବରେ ସୁନ୍ଦରୀ ହୋଇଥିବା ବେଳେ ଆଉ କିଛି ଅଭିନେତ୍ରୀ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପ୍ଲାଷ୍ଟିକ ସର୍ଜରୀ କରାଇଛନ୍ତି। ଜାଣନ୍ତୁ ଏହି ଅଭିନେତ୍ରୀମାନଙ୍କ ସମ୍ପର୍କରେ…
ପ୍ରିୟଙ୍କା ଚୋପ୍ରା:


ବଲିଉଡ୍‌ଠାରୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ ପ୍ରିୟଙ୍କା ଚୋପ୍ରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସୁନ୍ଦର ଦେଖା ଯିବା ପାଇଁ ପ୍ରିୟଙ୍କା ଥରେ ନୁହଁ ବହୁବାର ପ୍ଲାଷ୍ଟିକ୍‌ ସର୍ଜରୀ କରାଇଛନ୍ତି। ସେ ତାଙ୍କ ନାକ ଏବଂ ଓଠର ପ୍ଲାଷ୍ଟିକ୍‌ ସର୍ଜରୀ କରାଇଛନ୍ତି।


ଅନୁଷ୍କା ଶର୍ମା:
ବଲିଉଡ୍‌ର ସୁନ୍ଦରୀମାନଙ୍କ ମଧ୍ୟରୁ ଅନୁଷ୍କା ହେଉଛନ୍ତି ଜଣେ। ସେ ତାଙ୍କ ଓଠର ସର୍ଜରୀ କରାଇଛନ୍ତି। ଏହା ପରେ ତାଙ୍କ ଲୁକ୍‌ରେ କିଛି ପରିବର୍ତ୍ତନ ଆସିଥିଲା। ଆରମ୍ଭରେ ଏହି ସର୍ଜରୀକୁ ନେଇ ତାଙ୍କୁ ଟ୍ରୋଲ ହେବାକୁ ବି ପଡ଼ିଥିଲା।


ଶିଳ୍ପା ସେଟ୍ଟୀ:
୯୦ ଦଶକରେ ସବୁଠୁ ସୁନ୍ଦରୀ ଅଭିନେତ୍ରୀ ହେଉଛନ୍ତି ଶିଳ୍ପା ସେଟ୍ଟୀ। ତାଙ୍କର ଚେହେରା ଦେଖି ଅନେକେ ଘାଇଲା ହୋଇପଡ଼ନ୍ତି। ତାଙ୍କର ଏହି ସୌନ୍ଦର୍ଯ୍ୟର ରାଜ୍‌ ହେଉଛି ପ୍ଲାଷ୍ଟିକ୍‌ ସର୍ଜରୀ। ଶିଳ୍ପା ଆହୁରି ସୁନ୍ଦର ଦେଖାଯିବା ପାଇଁ ନାକର ପ୍ଲାଷ୍ଟିକ୍‌ ସର୍ଜରୀ କରାଇଛନ୍ତି। ସେହିପରି କଙ୍ଗନା ରଣାଓ୍ବତ୍‌, ବାଣୀ କପୁର, ଜାହ୍ନବୀ କପୁର ମଧ୍ୟ ଆକର୍ଷଣୀୟା ଦେଖାଯିବା ପାଇଁ ପ୍ଲାଷ୍ଟିକ୍‌ ସର୍ଜରୀ କରାଇଛନ୍ତି।

Share