ନୂଆଦିଲ୍ଲୀ,୨୬।୪:ଗୁଗଲର ମୂଳ କମ୍ପାନୀ ଆଲ୍ଫାବେଟ୍ ସିଇଓ ସୁନ୍ଦର ପିଚାଇଙ୍କୁ ସବୁଠାରୁ ଅଧିକ ବେତନ ମିଳିଛି। ୨୦୧୯ରେ କମ୍ପାନୀ ତାଙ୍କୁ କମ୍ପେନଶେସନ ଭାବେ ୨୮୧ ନିୟୁତ ଡଲାର ବା ପ୍ରାୟ ୨୦୦୦ କୋଟି ଟଙ୍କା ପ୍ରଦାନ କରିଛି। ସାରା ବିଶ୍ୱରେ କୌଣସି ଏକଜିକ୍ୟୁଟିଭ୍ଙ୍କ ମିଳିଥିବା ପ୍ୟାକେଜ ତୁଳନାରେ ଏହା ଢେର ଗୁଣ ଅଧିକ ବୋଲି ସୂଚନା ରହିଛି। ପିଚାଇ ଗତବର୍ଷ ଆଲଫାବେଟର ସିଇଓ ପଦବୀରେ ଅବସ୍ଥାପିତ ହୋଇଥିଲେ। ତାଙ୍କୁ ପ୍ରଦାନ କରାଯାଇଥିବା ଏହି ସୁବିଧାର ବହୁତ ବଡ ଶେୟାର ଭାବେ ରହିଛି। ୨୦୧୯ରେ ପିଚାଇଙ୍କୁ ୪.୫ କୋଟି ବେତନ ମିଳିଥିଲା। ଏହା ଚଳିତ ବର୍ଷ ୧୪ କୋଟି ଟଙ୍କାକୁ ବଢିବ ବୋଲି ଅନୁମାନ କରାଯାଇଛି। ସିଇଓଙ୍କୁ ମିଳୁଥିବା କମ୍ପେନଶେସନ ଆଲଫାବେଟର ହାରାହାରି ବେତନ ଠାରୁ ୧୮୮୫ ଗୁଣାବୋଲି ଜଣାପଡିଛି।