ସୁପରଭାଇଜରଙ୍କ ମୃତ୍ୟୁକୁ ନେଇ କଣିହାଁ ଏନ୍‌ଟିପିସିରେ ଉତ୍ତେଜନା, ନିଯୁକ୍ତି ସହ କ୍ଷତିପୂରଣ ଦାବି

ତାଳଚେର,୬।୫(ନି.ପ୍ର.): ଅନୁଗୋଳ ଜିଲା କଣିହାଁ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପର ପାଉଁଶ ପୋଖରୀରେ ଶନିବାର ଜଣେ ବ୍ୟକ୍ତିଙ୍କ ମୃତଦେହର କିଛି ଅଂଶ ସହ ଚପଲ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କର ପରିଚୟ ମିଳିଛି। ମୃତକ ହେଲେ କଣିହାଁ ଥାନା କାକୁଡ଼ିଆ ଗ୍ରାମର ରୁଲୁ ସାହୁ(୩୮)। ସେ ଏକ ଠିକା ସଂସ୍ଥାରେ ସୁପରଭାଇଜର ଭାବେ କାମ କରୁଥିଲେ। ତେବେ ପୋଖରୀରେ କାମ ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି। ଖବର ପାଇ କଣିହାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ ବୋଲି ପୋଲିସ କହିଛି। ମୃତକଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ସହ କ୍ଷତିପୂରଣ ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି। ଖବର ଲେଖାଯିବା ବେଳକୁ ସେଠାରେ ପାଲଲହଡ଼ା ବିଧାୟକ ମୁକେଶ ପାଲ ପହଞ୍ଚଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲ ଉପରେ ୫ଫୁଟ୍‌ର ବର୍ଷାପାଣି

ପାଟଣା,୨୫।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳିପଶି ପଞ୍ଚାୟତର ନୂଆପଡ଼ା ଦେଇ ଯାଇଥିବା ସୀତା ନଦୀ ପୋଲ ଉପରେ ମଙ୍ଗଳବାର ଅପରାହ୍ନରୁ ୫ ଫୁଟ୍‌ର...

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଏଫ୍‌ଏମ୍‌ୟୁର ୩ ପ୍ରଫେସର

ବାଲେଶ୍ୱର, ୨୫।୯(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ(ଏଫଏମ୍‌ୟୁ) ରସାୟନ ବିଜ୍ଞାନ ପ୍ରଫେସର ପଙ୍କଜ କୁମାର ପାଢ଼ୀ, ଗଣିତ ବିଭାଗର ଡ. ଗୌରାଙ୍ଗ ସି ସାମନ୍ତ ଏବଂ...

ନକଲି ପେଟ୍ରୋଲ, ଡିଜେଲ ୮୦ ଟଙ୍କାରେ କିଣି ବିକୁଛନ୍ତି…

ଜଳେଶ୍ୱର, ୨୫।୯(ନବୀନ ସାହୁ)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆରେ ଅଞ୍ଚଳରେ ମିଳୁଛି ନକଲି ପେଟ୍ରୋଲ ଓ ଡିଜେଲ। ଯାହା ପଶ୍ଚିମବଙ୍ଗରୁ ଆସି ସୀମାନ୍ତବର୍ତ୍ତୀ ଅଞ୍ଚଳ ଚୂଡ଼ାମଣିପୁର...

ବିଦ୍ୟୁତ୍‌ କାର୍ଯ୍ୟାଳୟ ହୋହଲ୍ଲା: ଘେରିଲେ …

ପାଟଣା,୨୫।୧(ବୀରକିଶୋର ଦାଶ)ଚ ଅଘୋଷିତ ବିଦ୍ୟୁତ୍‌କାଟ୍‌ ପ୍ରତିବାଦରେ ଉପଭୋକ୍ତାମାନେ କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଉପଖଣ୍ଡ ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ମଙ୍ଗଳବାର ଅପରାହ୍ନରେ ଘେରାଉ କରିଥିଲେ। ସବ୍‌...

ପୋଲିସକୁ ନାକେଦମ କଲେଣି ଯୁବକ: କାବୁ କରିବାକୁ ୨ ପ୍ଲାଟୁନ ଫୋର୍ସ

ବଣାଇଁ,୨୫।୯: ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ବଡ଼ଜଲ ଗଁାରେ ଜଣେ ଯୁବକ ଉନ୍ମତ୍ତକାଣ୍ଡ କରିଛନ୍ତି। ସେ ଧନୁତୀର ଧରି ଡରାଇବା ସହ...

ନାବାଳିକାଙ୍କୁ ଅପହରଣ ଅଭିଯୋଗ

ଯୋଡା, ୨୪ା୯(ମାନସ ମହାନ୍ତି)-କେନ୍ଦୁଝର ଜିଲା ବାମେବାରୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବା...

ଆଜିଠୁ ଆନ୍ଦୋଳନ କରିବ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ

ଭୁବନେଶ୍ୱର, ୨୫ା୯(ବନ୍ଦନା ସେଠୀ):ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ। ବୁଧବାର ଓ ଗୁରୁବାର ଜରୁରିକାଳୀନ ରୋଗୀ ସେବାରେ ବାଧା ନ...

ଏଥର ଡିଜେ, ମଦ, ପ୍ଲାଷ୍ଟିକ୍‌ ମୁକ୍ତ ଦୁର୍ଗାପୂଜା

ଭୁବନେଶ୍ୱର,୨୫ା୯(ସତ୍ୟଜିତ୍‌ ରାଉତ):ରାଜଧାନୀ ଭୁବନେଶ୍ୱରରେ ଚଳିତବର୍ଷ ଶୃଙ୍ଖଳିତ ତଥା ସୁରକ୍ଷିତ ଦୁର୍ଗାପୂଜା ପାଇଁ କମିଶନରେଟ୍‌ ପୋଲିସ ଅଣ୍ଟା ଭିଡିଛି। ଏନେଇ କମିଶନରେଟ୍‌ ପୋଲିସ ମୁଖ୍ୟାଳୟଠାରେ ମଙ୍ଗଳବାର ଅନୁଷ୍ଠିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri