ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ମିଳିସାରିଛି ଏହିସବୁ ପୁରସ୍କାର

ହିନ୍ଦୀ ସିନେମା ଜଗତର ବିଗ ବି ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ମିଳିବ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ ଫାଲକେ। ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଏନେଇ ସିନେ ଜଗତ ତାଙ୍କୁ ଅଭିନନ୍ଦନ ଜଣାଇଛି। ପୂର୍ବରୁ ବି ଏହି ମହାନ ଅଭିନେତାଙ୍କୁ ଅନେକ ପୁରସ୍କାର ମିଳିସାରିଛି। ସୂଚନାଯୋଗ୍ୟ ଯେ, ଦାଦା ସାହେବ ଫାଲ୍କେ ପୁରସ୍କାର ପ୍ରସିଦ୍ଧ ସିନେ ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ସଂଳାପ ଲେଖକ ଧୁନ୍ଦିରାଜ ଗୋବିନ୍ଦ ଫାଲକେ ବା ଦାଦା ସାହେବ ଫାଲକେଙ୍କ ନାମରେ ଦିଆଯାଇଥାଏ।
୧୯୭୧-ଶ୍ରେଷ୍ଠ ସହଅଭିନେତା(ଆନନ୍ଦ)
୧୯୭୩-ଶ୍ରେଷ୍ଠ ସହଅଭିନେତା(ନମକ ହାରାମ)
୧୯୭୭-ଶ୍ରେଷ୍ଠ ଅଭିନେତା(ଅମର ଆକବର ଆନ୍ଥୋନୀ)
୧୯୭୮-ଶ୍ରେଷ୍ଠ ଅଭିନେତା(ଡନ୍‌)
୧୯୯୦-ଫିଲ୍ମ ଫେୟାର୍‌ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ପରସ୍କାର
୧୯୯୧-ଶ୍ରେଷ୍ଠ ଅଭିନେତା(ହମ୍‌)
୨୦୦୦-ମିଲେନିୟମ୍‌ ସୁପରଷ୍ଟାର
୨୦୦୦-ଶ୍ରେଷ୍ଠ ସହଅଭିନେତା(ମହବତେଁ)
୨୦୦୧-କ୍ରିଟିକ୍ସ ଆଓ୍ବାର୍ଡ(ଅକ୍ସ)
୨୦୦୩-ଫିଲ୍ମଫେୟାର ପାଓ୍ବାର୍‌ ପୁରସ୍କାର
୨୦୦୫-କ୍ରିଟିକ୍ସ ଆଓ୍ବାର୍ଡ(ବ୍ଲାକ୍‌)
୨୦୦୫-ଶ୍ରେଷ୍ଠ ଅଭିନେତା(ବ୍ଲାକ୍‌)
୨୦୧୦-ଶ୍ରେଷ୍ଠ ଅଭିନେତା (ପା)
୨୦୧୧-ଫିଲ୍ମଫେୟାର୍‌ ସ୍ବତନ୍ତ୍ର ପୁରସ୍କାର(ଫିଲ୍ମ ଜଗତରେ ୪୦ ବର୍ଷ ପୂରଣ ପାଇଁ ଦିଆଯାଏ)
୨୦୧୬-ଶ୍ରେଷ୍ଠ ଅଭିନେତା(ପିକୁ)

Share