ସୁପରଷ୍ଟାର ବିଜୟଙ୍କ ଘରେ ଚଢ଼ାଉ ପରେ ପୁଣି ଆୟକର ନୋଟିସ

ବେଙ୍ଗାଲୁରୁ,୧୦।୨: ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ବିଜୟଙ୍କୁ ଆୟକର ବିଭାଗ ପକ୍ଷରୁ ଏବେ ପୁଣି ନୋଟିସ୍‌ ଜାରି ହୋଇଛି। ଫେବୃୟାରୀ ୫ରେ ତାଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଆୟକର ଟିକସ ଫାଙ୍କି ଏବଂ ଅମ୍ବୁ ଚେଝିଆନ୍‌ଙ୍କ ସହିତ ବିଜୟଙ୍କ ସମ୍ପର୍କକୁ ନେଇ ଏଭଳି ନୋଟିସ୍‌ କରାଯାଇଥିବା କୁହାଯାଉଛି। ତାଙ୍କ ଘରେ ହୋଇଥିବା ଆୟକର ଚଢ଼ାଉ ସମୟରେ ୭୭ କୋଟି ଟଙ୍କା ଜବତ ହୋଇଥିଲା। ବିଗିଲ ଫିଲ୍ମରେ ବିଜୟ ତାଙ୍କର ସମସ୍ତ ସହକର୍ମୀଙ୍କୁ ସୁନା ମୁଦି ଦେଇଥିବା ଅଭିଯୋଗ ଆୟକର ବିଭାଗ ପକ୍ଷରୁ କରାଯାଇଛି। ୧୮ ବର୍ଷ ବୟସରୁ ଫିଲ୍ମରେ ଅଭିନୟ ଆରମ୍ଭ କରିଥିବା ବିଜୟଙ୍କୁ ଲୋକେ ଆଦରରେ ବିଜୟ ଥାଲାପଥି କହିଥାନ୍ତି।

Share