ସୁପରଷ୍ଟାର ମହେଶ ବାବୁଙ୍କ ଆଜି ଜନ୍ମଦିନ: ଜାଣନ୍ତୁ ବୟସରେ ବଡ଼ ନମ୍ରତାଙ୍କୁ କିପରିି ଦେଇଥିଲେ ସେ ମନ

ମୁମ୍ବାଇ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ମହେଶ ବାବୁଙ୍କ ଆଜି ଜନ୍ମଦିନ। ମହେଶ କେବଳ ଯେ ଜଣେ ଲୋକପ୍ରିୟ ଅଭିନେତା ତାହା ନୁହେଁ ବରଂ ଜଣେ ପାରିବାରିକ ମଣିଷ ଭାବେ ପ୍ରଶଂସକଙ୍କ ମନରେ ତାଙ୍କର ଛବି ଭିନ୍ନ। ମାତ୍ର ଚାରି ବର୍ଷ ବୟସରେ ଅଭିନୟ ଆରମ୍ଭ କରିଥିବା ମହେଶ ନିଜଠାରୁ ଚାରି ବର୍ଷ ବଡ଼ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ। ‘ଜବ୍‌ ପ୍ୟାର କିସି ସେ ହୋତା ହେ’ ଚଳଚ୍ଚିତ୍ରରେ ନଜର ଆସିଥିବା ନମ୍ରତା ଶିରୋଦକରଙ୍କୁ ପ୍ରେମ ବିବାହ କରିଛନ୍ତି ମହେଶ।

ଉଭୟଙ୍କ ପ୍ରେମକାହାଣୀ ବି ଠିକ୍‌ ଫିଲ୍ମ ଭଳି। ହିନ୍ଦୀ ପରେ ତେଲୁଗୁ ଫିଲ୍ମ ‘ବାମସି’ରେ ନମ୍ରତା ମହେଶଙ୍କ ବିପକ୍ଷରେ କାମ କରିବାର ସୁଯୋଗ ପାଇଥିଲେ। ତେବେ ଫିଲ୍ମଟିର ଶୁଟିଂ ସରିବା ପୂର୍ବରୁ ଉଭୟ ଉଭୟଙ୍କୁ ମନ ଦେଇ ଦେଇଥିଲେ। ପରେ ସେମାନେ ଚାରି ବର୍ଷ ଧରି ସମ୍ପର୍କରେ ରହିବା ପରେ ବିବାହ କରିବାକୁ ନିଷ୍ପତି ନେଇଥିଲେ। ପ୍ରଥମେ ମହେଶ ନମ୍ରତାଙ୍କ ବିଷୟରେ ପରିବାରଲୋକଙ୍କୁ ଜଣାଇବାକୁ ସାହସ ଜୁଟାଇପାରି ନ ଥିଲେ। ହେଲେ ଭଉଣୀଙ୍କୁ ଏ ବିଷୟରେ କହିବା ପରେ ସେମାନଙ୍କ ବିବାହ ନିମନ୍ତେ ବାଟ ଫିଟିଯାଇଥିଲା।

Share