Posted inଖେଳ

ସୁପର ଜିଟି x ଡିଟିଏମ୍‌ ଡ୍ରିମ ରେସ ଜିତିଲେ କାର୍ତ୍ତିକେୟାନ

ଟୋକିଓ,୨୪।୧୧(ପିଟି)- ଭାରତର ପ୍ରଥମ ଫର୍ମୁଲା ଓ୍ବାନ ଡ୍ରାଇଭର ନାରାୟଣ କାର୍ତ୍ତିକେୟାନ ଏଠାରେ ଅନୁଷ୍ଠିତ ସୁପର ଜିଟି x ଡିଟିଏମ୍‌ ଡ୍ରିମ ରେସରେ ବିଜୟୀ ହୋଇଛନ୍ତି। ଫଳରେ କାର୍ତ୍ତିକେୟାନ ଫର୍ମୁଲା ଓ୍ବାନ ଟାଇଟଲ ସହ ଚଳିତ ସିଜନ ଶେଷ କରିଛନ୍ତି। ଅତ୍ୟଧିକ ଚ୍ୟାଲେଞ୍ଜିଂ ରେସ୍‌ରେ ୨୦ ରେସରଙ୍କୁ ପଛରେ ପକାଇ ଜାପାନିଜ ଦର୍ଶକରେ ଭରପୂର ଫୁଜି ସ୍ପିଡଓ୍ବେଠାରେ ସ୍ମରଣୀୟ ବିଜୟ ପାଇଛନ୍ତି। ନାକାଜିମା ରେସିଂ ହୋଣ୍ଡା ଏନ୍‌ଏସ୍‌ଏକ୍ସ-ଜିଟି କାର ଚଲାଉଥିବା ଦ୍ୱିତୀୟ ଲାପରେ ଲୋଇକ ଡୁଭାଲଙ୍କୁ ଓଭର ଟେକ କରିବା ପରେ ବଡ଼ ଅଗ୍ରଣୀ ହାସଲ କରିଥିଲେ। ସେଠାରୁ ସେ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହି ୧୬ ଲାପ ଶେଷ କରିଥିଲେ। ଏହାପରେ ୪୨ ବର୍ଷୀୟ ରେସର ଧାର୍ଯ୍ୟ ୩ ଥର ସେଫ୍‌ଟି ବ୍ରେକ ନେବା ପରେ ଅତ୍ୟଧିକ ଥଣ୍ଡା ପରିବେଶରେ ସଫଳତାର ସହ କାର ରିଷ୍ଟାର୍ଟ କରି ଆଗରେ ହିଁ ରହିଥିଲେ। ରେସ୍‌ରେ ଏକଦା କାର୍ତ୍ତିକେୟାନଙ୍କୁ ପଛରେ ପକାଇ ଦେଇଥିଲେ ବେନୋଟ ଟ୍ରେଲୁର। କିନ୍ତୁ କିଛି ସମୟରେ ନିଜ ସ୍ଥାନ ହାତେଇ ନେଇଥିଲେ। ରେସ୍‌ରେ ମାର୍କୋ ଓ୍ବିଟ୍ଟମ୍ୟାନ ଓ ଡୁଭାଲ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନର ରହିଥିଲେ। ଅନ୍ତିମଥର କାର୍ତ୍ତିକେୟାନ ୨୦୧୩ରେ ବ୍ରୁନୋ ଅଟୋ ଜିପି ଜିତିଥିଲେ। ଚଳିତବର୍ଷ ଜାପାନରେ ଅନୁଷ୍ଠିତ ଅଟୋବାକ୍ସ ସୁପର ଜିଟି ସିରିଜ୍‌ ଓ ସୁଗୋ ସର୍କିଟରେ ସେ ପୋଡିୟମରେ ସ୍ଥାନ ଅଧିକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନ୍ତର୍ଜାତୀୟ ମ୍ୟାଚ୍‌ ସମୟରେ ନିଆରା ଦୃଶ୍ୟ: ଲଞ୍ଚ୍‌ବେଳେ ପଡ଼ିଆ ଭିତରେ ପଶି କ୍ରିକେଟ୍‌ ଖେଳିଲେ ଦର୍ଶକ

ଖ୍ରୀଷ୍ଟଚର୍ଚ୍ଚ,୨୮।୧୧: ଇଂଲଣ୍ଡ ଦଳ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ଦୁଇ ଦଳ ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ସିରିଜର ପ୍ରଥମ...

ମାତ୍ର ୧୮ ବଲ୍‌ରେ ଜିତିଗଲେ T20 ମ୍ୟାଚ୍‌, ୧୦ ରନ୍‌ ବି ଛୁଇଁ ପାରିଲେ ନାହିଁ କୌଣସି ଖେଳାଳି

ନୂଆଦିଲ୍ଲୀ,୨୭।୧୧: ଭାରତର ଘରୋଇ କ୍ରିକେଟରେ ଏବେ ସୈୟଦ ମୁସ୍ତାକ ଅଲୀ ଟୁର୍ନାମେଣ୍ଟ ୨୦୨୪ ଖେଳାଯାଉଛି। ୩୮ ଟିମ୍‌ ମଧ୍ୟରେ ଖେଳାଯାଉଥିବା ଏହି ଟୁର୍ନାମେଣ୍ଟରେ ଅଜବ କ୍ରିକେଟ...

ଆଡିଲେଡ୍‌ରେ ଡେବ୍ୟୁ କରିବେ ଟିମ୍‌ ଇଣ୍ଡିଆର ୫ ଖେଳାଳି! ରୋହିତଙ୍କ ଅଧିନାୟକତ୍ୱରେ ଦେଖିବାକୁ ମିଳିବ ନିଆରା ଦୃଶ୍ୟ…

ନୂଆଦିଲ୍ଲୀ,୨୭।୧୧: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌ ଆଡିଲେଡ୍‌ରେ ଖେଳାଯିବ। ଏହା ଏକ ଦିବାରାତ୍ର ମ୍ୟାଚ୍‌ ରହିବ। ଡିସେମ୍ବର ୬ରୁ ଏହି ମୁକାବିଲା ଆରମ୍ଭ ହେବ। ଏମିତିରେ...

ବିଶ୍ୱର ନମ୍ବର-୧ ବୋଲର୍‌ ହେଲେ ଜଶପ୍ରୀତ ବୁମ୍‌ରା

ନୂଆଦିଲ୍ଲୀ,୨୭।୧୧: ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ହଇଚଇ ସୃଷ୍ଟି କରିଥିବା ଭାରତର ତାରକା ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରା...

ଟ୍ରୋଲିଂ ହେବା ଦେଖି ଦୁଃଖ ଲାଗୁଛି: ଭାବପ୍ରବଣ ହୋଇ ଏମିତି କହିଦେଲେ ପୃଥ୍ବୀ ଶ’

ନୂଆଦିଲ୍ଲୀ,୨୭।୧୧: ଆଇପିଏଲ ୨୦୨୫ ମେଗା ନିଲାମ ପାଇଁ ପୃଥ୍ବୀ ଶ’ତାଙ୍କର ମୂଳ ମୂଲ୍ୟ ୭୫ ଲକ୍ଷ ଟଙ୍କା ରଖିଥିଲେ। କିନ୍ତୁ ସେ ମେଗା ନିଲାମରେ ବିକ୍ରି...

ବଜରଙ୍ଗ ପୁନିଆ ୪ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୨୭ା୧୧ (ପି.ଟି.): ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ୍‌ ଏଜେନ୍ସି (ନାଡା) ରେସଲର ବଜରଙ୍ଗ ପୁନିଆଙ୍କୁ ୪ବର୍ଷ ବାସନ୍ଦ କରିଛି। ମାର୍ଚ୍ଚ ୧୦ରେ ଜାତୀୟ ଦଳ ପାଇଁ...

ହଠାତ୍‌ ଦଳକୁ ଛାଡି ଭାରତ ଫେରିଆସିଲେ ଗୌତମ ଗମ୍ଭୀର: ଜାଣନ୍ତୁ କାହିଁକି

ପର୍ଥ,୨୬ା୧୧(ପି.ଟି.): ବର୍ଡର-ଗାଭାସ୍କର ସିରିଜର ପ୍ରଥମ ମ୍ୟାଚରେ ବିଜୟୀ ଭାରତୀୟ ଦଳର କୋଚ୍‌ ଗୌତମ ଗମ୍ଭୀର ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଘରେ ଜରୁରୀ ପରସ୍ଥିତି କାରଣରୁ ଗମ୍ଭୀର...

ପ୍ରଥମ ଟେଷ୍ଟ ଜିତିବା ସତ୍ତ୍ୱେ ଚିନ୍ତାରେ ଭାରତ: ରୋହିତ ଫେରିବା ପରେ…

ନୂଆଦିଲ୍ଲୀ,୨୭ା୧୧(ପି.ଟି.): ଭାରତୀୟ ଟେଷ୍ଟ ଦଳର ଅଧିନାୟକ ରୋହିତ ଶର୍ମା ଆଡିଲେଡରେ ଖେଳାଯିବାକୁ ଥିବା ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌ ପାଇଁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri