Categories: ଫୁରସତ

ସୁପର ର଼୍ୟାଟ୍‌

ବର୍ତ୍ତମାନ ଜଳବାୟୁରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରଦୂଷିତ ପରିବେଶର ପ୍ରଭାବ କେବଳ ମାନବ ସମାଜ ନୁହେଁ, ଜୀବଜନ୍ତୁ, ବୃକ୍ଷଲତା ଉପରେ ପଡୁଛି। ଏହି ସମୟରେ ଏକ ରୋଚକ କଥା ଆଲୋଚନାର ଶିରୋନାମା ପାଲଟିଛି। ଜଳବାୟୁ ଏବଂ ପରିବେଶ ପରିବର୍ତ୍ତନ ଦ୍ୱାରା ମୂଷାର ଶାରୀରିକ ଗଠନ ଏବଂ ଓଜନ ପ୍ରଭାବିତ ହେବା ଆଶଙ୍କା ରହିଛି। ଏକ ସଦ୍ୟତମ ଗବେଷଣା ପରେ ଲଣ୍ଡନସ୍ଥିତ ୟୁନିଭର୍ସିଟି ଅଫ୍‌ ଲିସେଷ୍ଟରର ବୈଜ୍ଞାନକମାନେ ଏଭଳି ମତବ୍ୟକ୍ତ କରିଛନ୍ତି। ସେମାନେ କିଛି ମୂଷାଙ୍କ ଶାରୀରିକ ଗଠନ ଉପରେ ତନ୍ନ ତନ୍ନ କରି ତର୍ଜମାକରି ଏଭଳି ସିଦ୍ଧାନ୍ତରେ ପହଞ୍ଚତ୍ଛନ୍ତି। ନିକଟରେ ଉକ୍ତ ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ସମୟ ଆସିବ ମୂଷାମାନଙ୍କ ଆକାର ମେଣ୍ଢାଙ୍କ ପରି ହେବ। କେବଳ ସେତିକି ନୁହେଁ, ଏପରି ମୂଷାଙ୍କ ଓଜନ ପାଖାପାଖି ୮୦ କି.ଗ୍ରା. ହେବ ବୋଲି ସେମାନେ ପୂର୍ବାନୁମାନ କରିଛନ୍ତି। ଏଭଳି ମୂଷାକୁ ‘ସୁପର ର଼୍ୟାଟ୍‌’ ନାମରେ ନାମିତ କରାଯାଇଛି।

Share