‘ସୁପର-୩୦’ର ବମ୍ପର ଓପନିଂ, ପ୍ରଥମ ଦିନରେ ରୋଜଗାର ୧୨ କୋଟି

ମୁମ୍ବାଇ: ଶୁକ୍ରବାର ପରଦାକୁ ଆସିଛି ସୁପରଷ୍ଟାର ହ୍ରିତିକ୍‌ ରୋଶନଙ୍କ ଫିଲ୍ମ ‘ସୁପର-୩୦’। ବିହାରର ଗଣିତ ଶିକ୍ଷକ ଆନନ୍ଦ କୁମାରଙ୍କ ବ୍ୟକ୍ତିଗତ ଜୀବନ ଉପରେ ପର୍ଯ୍ୟବସିତ ଫିଲ୍ମଟି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଛି। ଏହା ରିଲିଜର ପ୍ରଥମ ଦିନରେ ୧୨ କୋଟି ରୋଜଗାର କରିଛି, ଯାହା କୌଣସି ବମ୍ପର ଓପନିଂ ଠାରୁ କମ୍‌ ନୁହେଁ। ଏହା ସହ ଅନ୍ୟ କୌଣସି ଫିଲ୍ମ ରିଲିଜ୍‌ ହୋଇ ନ ଥିବାରୁ, ଆସନ୍ତା ଛୁଟିଦିନଗୁଡ଼ିକରେ ଏହା ଭଲ ବ୍ୟବସାୟ କରିବ ବୋଲି ନିର୍ମାତାମାନେ ଆଶା କରୁଛନ୍ତି। ‘ସୁପର-୩୦’ର ବଜେଟ ରହିଛି ୮୫ କୋଟି। ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ବହଲ। ଫିଲ୍ମରେ ହ୍ରିତିକ୍‌ଙ୍କ ସହ ଅଭିନେତ୍ରୀ ମୃଣାଳ ଠାକୁର ଅଭିନୟ କରିଛନ୍ତି।

Share