Categories: ଜାତୀୟ

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଭାରତକୁ ଆହୁରି ମଜଭୁତ କରିବ: ରାଜନାଥ

ନୂଆଦିଲ୍ଲୀ,୯।୧୧: ସୁପ୍ରିମକୋର୍ଟ ଶନିବାର ଅଯୋଧ୍ୟା ଜମି ବିବାଦକୁ ନେଇ ଯେଉଁ ରାୟ ଦେଇଛନ୍ତି ତାହା ଐତିହାସିକ ରାୟ ବୋଲି କୁହାଯାଉଛି। କାରଣ ଦୀର୍ଘ ଦଶନ୍ଧି ପରେ ଏମିତି ଏକ ରାୟକୁ ଅପେକ୍ଷା ଥିବା ବେଳେ ଏବେ ଏହାର ଅନ୍ତ ଘଟିଛି। ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଅଯୋଧ୍ୟା ମାମଲାକୁ ନେଇ କୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା ଭାରତର ସାମାଜିକ କ୍ଷେତ୍ରକୁ ଆହୁରି ମଜଭୁତ କରିବ। ଏହି ରାୟକୁ ସମସ୍ତେ ସମାନଭାବେ ଓ ଉଦାରତାର ସହ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି। ଏହାସହ ଦେଶରେ ଶାନ୍ତି ଓ ସଦ୍‌ଭାବ ବଜାୟ ରଖିବାକୁ ସେ ଜନତାଙ୍କୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ସ୍ପଷ୍ଟ ହୋଇଛି।

Share