Categories: ଜାତୀୟ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୧୦ ଦିନ ପରେ ଏୟାର ଇଣ୍ଡିଆ ବିମାନରେ ମଝି ସିଟ୍‌ ବୁକିଂ ବନ୍ଦ

ନୂଆଦିଲ୍ଲୀ,୨୫।୫: ବିମାନ ଯାତ୍ରାବେଳେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ସୋମବାର ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି। ୧୦ ଦିନ ପରେ ଏୟାର ଇଣ୍ଡିଆ ବିମାନରେ ମଝି ସିଟ୍‌ ବୁକିଂ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ମଝି ସିଟ୍‌ ବୁକିଂ କରାଯାଇଥିବା ବିମାନ ଯାତ୍ରୀ ନେଇ ଯାଇପାରିବ। କିନ୍ତୁ ୧୦ ପରେ ମଝି ସିଟ୍‌ ବୁକିଂ ସେବା ବନ୍ଦ କରାଯିବ ବୋଲି କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ବମ୍ବେ ହାଇକୋର୍ଟ ପକ୍ଷରୁ ମଝି ସିଟ୍‌ ବୁକିଂ ନ କରିବା ପାଇଁ ଆଦେଶ ଦେଇଥିଲେ। ଏହା ବିରୋଧରେ କେନ୍ଦ୍ର ଏବଂ ଏୟାର ଇଣ୍ଡିଆ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଥିଲା।

Share