Categories: ଜାତୀୟ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ୧୫ ଦିନ ମଧ୍ୟରେ ଘରେ ପହଞ୍ଚିବେ ସମସ୍ତ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ,୫।୬: ପ୍ରବାସୀ ଶ୍ରମିକଙ୍କ ଘର ବାହୁଡାକୁ ନେଇ ସୁପ୍ରିକୋର୍ଟରେ ଶୁକ୍ରବାର ଶୁଣାଣି କରାଯାଇଛି। କୋର୍ଟ କହିଛନ୍ତି ରାଜ୍ୟ ବାହାରେ ଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୧୫ ଦିନ ସମୟ ଦିଆଯିବ। ଏହାସହ ସମସ୍ତ ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କ ପାଇଁ ରୋଜଗାରର ମାଧ୍ୟମ ସୃଷ୍ଟି କରିବେ ବୋଲି କୋର୍ଟ କହିଛନ୍ତି। ଏହି ମାମଲାର ପାରବର୍ତ୍ତି ଶୁଣାଣି ଆସନ୍ତା ମଙ୍ଗଳବାର କରାଯିବ। ସୂଚନାଯୋଗ୍ୟ, ଏହି ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଏପର୍ଯ୍ୟନ୍ତ ପାଖାପାଖି ୧ କୋଟି ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟରେ ପହଞ୍ଚାଯାଇ ସାରିଲାଣି। ଏମାନଙ୍କ ମଧ୍ୟରୁ ୪୧ ଲକ୍ଷଙ୍କୁ ସଡ଼କ ମାର୍ଗରେ ଓ ପ୍ରାୟ ୫୭ ଲକ୍ଷ ଶ୍ରମିକଙ୍କୁ ଟ୍ରେନ୍‌ ଯୋଗେ ସେମାନଙ୍କ ରାଜ୍ୟରେ ପହଞ୍ଚାଯାଇଛି। ଅଧିକ ପ୍ରବାସୀ ଟ୍ରେନ୍‌ ଉତ୍ତରପ୍ରଦେଶ ଓ ବିହାରକୁ ଯାତ୍ରା କରିଥିବା ମେହେଟ୍ଟା କହିଛନ୍ତି। ଏହି ପ୍ରବାସୀଙ୍କୁ ଘରେ ପହଞ୍ଚାଇବାକୁ ଜୁନ୍‌ ୩ ପର୍ଯ୍ୟନ୍ତ ୪,୨୦୦ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଚଳାଚଳ କରିଛି ବୋଲି ସେ କହିଛନ୍ତି।

Share