ପୁରୀ ଅଫିସ, ୨୨।୬: ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ପୁରୀରେ ବସୁଛି ଘନ ଘନ ବୈଠକ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଓ ନୀଳାଦ୍ରି ଭକ୍ତ ନିବାସରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ଅପରାହ୍ନରେ ପୁଣି ବସିଛି ଏକ ଜରୁରୀ ବୈଠକ। ରଥଯାତ୍ରାକୁ କିପରି ଶାନ୍ତି ଶୃଙ୍ଖଳାର ସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁପାଳନ କରାଯାଇ ସମ୍ପନ୍ନ କରାଯିବ ସେ ନେଇ ନୀଳାଦ୍ରି ଭକ୍ତ ନିବାସ ପରିସରରେ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଏଥିରେ ଆଇନମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ସଚିବ, ଡିଜିପି, ପରିଚାଳନା କମିଟିର କାର୍ଯ୍ୟାକାରୀ ଅଧ୍ୟକ୍ଷ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲାପାଳ, କ୍ରାଇମବ୍ରାଞ୍ଜ ଏଡିଜି ପ୍ରମୁଖ ଅଧିକାରୀମାନେ ଯୋଗ ଦେଇଛନ୍ତି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ, ରଥଯାତ୍ରାକୁ ନେଇ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ। ସୁପ୍ରିମକୋର୍ଟଙ୍କ ସର୍ତ୍ତ ମୂତାବଳ ରଥଯାତ୍ରା ପାଳନ କରାଯିବ ବୋଲି ସେ କହିଛନ୍ତି।