ନୂଆଦିଲ୍ଲୀ, ୧୬।୮: ସୁପ୍ରିମକୋର୍ଟରେ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ଦାଏର ମାମଲାର ଶୁଣାଣି ଟଳିଛି। ଏମଏଲ ଶର୍ମାଙ୍କ ଦ୍ୱାରା ଦାଏର କରାଯାଇଥିବା ଏହି ମାମଲାରେ ଅନେକ କିଛି ତ୍ରୁଟି ରହିଛି ତାକୁ ସୁଧାରି ପୁଣି ଥରେ ମାମଲା ଦାଏର କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗେଇ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଶୁଣାଣି ଆଗାମୀ ସପ୍ତାହରେ ହେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଠିବା ପରେ ଏପର୍ଯ୍ୟନ୍ତ ଏହାକୁ ବିରୋଧ କରି ୭ ଜଣ ସୁପ୍ରିମକୋର୍ଟରେ ମାମଲା ଦାଏର କରିସାରିଲେଣି। ଏଥିମଧ୍ୟରୁ ୪ଟି ମାମଲା କୋର୍ଟଙ୍କ ଦ୍ୱାରା ଖାରଜ ହୋଇଯାଇଛି।