ନୂଆଦିଲ୍ଲୀ,୧୫।୭: ଆତ୍ମ ଘୋଷିତ ଭଗବାନ ଆଶାରାମ ବାପୁଙ୍କ ବିରୋଧରେ ଗୁଜରାଟରେ ହୋଇଥିବା ଏକ ବଳାତ୍କାର ମାମଲାର ଜାମିନ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରି ଦେଇଛନ୍ତି। ୨ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେବା ପରେ ଜଷ୍ଟିସ ଏନ୍ ଭି ରମଣ କହିଛନ୍ତି ଟ୍ରାଏଲ ସରିବା ପରେ ହିଁ ଅଭିଯୁକ୍ତଙ୍କୁ ଜାମିନ ମିଳିପାରିବ। ଗୁଜୁରାଟର ଟ୍ରାଏଲ କୋର୍ଟକୁ ସୁପ୍ରିମକୋର୍ଟ ଏହାର ଟ୍ରାଏଲ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୩ରେ ସୁରଟର ଦୁଇ ଭଉଣୀ ଆଶାରାମ ବାପୁ ଓ ତାଙ୍କ ପୁଅ ନାରାୟଣ ସାଇଙ୍କ ବିରୋଧରେ ବଳାତ୍କାର ଅଭିଯୋଗ କରିଥିଲେ।