ସୁପ୍ରିମକୋର୍ଟରେ ଖାରଜ ହେଲା ଶ୍ରୀମନ୍ଦିର ମାମଲା

ପୁରୀ ଅଫିସ, ୨୭।୮: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ପ୍ରସଙ୍ଗ ନେଇ ସୁପ୍ରିମ୍‌କୋର୍ଟରେ ୨ଟି ମାମଲା ରୁଜୁ ହୋଇଥିଲା। ଏହାକୁ ମଙ୍ଗଳବାର ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ବି.ପି. ଦାସ କମିଶନଙ୍କ ସୁପାରିସରେ କାମ ଚାଲିଛି ବୋଲି ଆଡଭୋକେଟ ଜେନେରାଲ ଯୁକ୍ତି କରିଥିଲେ। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଉଚ୍ଛେଦ କାମ ଜାରି ରହିବ। ସେପ୍ଟେମ୍ବର ୧୭ରେ ଏହାର ପରବର୍ତ୍ତୀ ଶୁଣାଣି ହେବ।
ଆମିକସକ୍ୟୁରି, ସଲିସିଟର ଜେନେରାଲଙ୍କୁ ପୁରୀ ଆସି ପରିସ୍ଥିତି ଦେଖିବାକୁ ଆମନ୍ତ୍ରଣ କରିଛନ୍ତି ଏଜି। ସେପ୍ଟେମ୍ବର ୯ ଏବଂ ୧୦ରେ ସେମାନେ ପୁରୀ ଆସିବାକୁ ସମ୍ମତି ପ୍ରକାଶ କରିଛନ୍ତି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ଓକିଲ ଶ୍ୱେତକେତୁ ମିଶ୍ର ସୂଚନା ଦେଇଛନ୍ତି।

Share