Categories: ଜାତୀୟ

ସୁପ୍ରିମକୋର୍ଟରେ ଖାରଜ ହେଲା ମୁକେଶଙ୍କ ଆବେଦନ

ନୂଆଦିଲ୍ଲୀ,୧୬।୩: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟ ଦୋଷୀ ମୁକେଶ ସିଂହଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ମୁକେଶ ପୁଣି ଥରେ କ୍ୟୁରେଟିଭ୍‌ ପିଟିଶନ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟର ଅନୁମତି ମାଗିଥିଲେ। ତେବେ ଏହାର ଶୁଣାଣି କରି ସୁପ୍ରିମକୋର୍ଟ ମୁକେଶଙ୍କ ଆବେଦନକୁ ସୋମବାର ଖାରଜ କରିଦେଇଛନ୍ତି। ଏହାସହ ନିର୍ଭୟା ୪ଦୋଷୀଙ୍କ ସମସ୍ତ ଆଇନ ଓ ସାମ୍ବିଧାନିକ ବିକଳ୍ପ ଶେଷ ହୋଇଯାଇଛି। ଏହାପରେ ସେମାନଙ୍କର ଫାଶୀ ଖୁଣ୍ଟରେ ଝୁଲିବା ଏକପ୍ରକାର ନିଶ୍ଚିତ ହୋଇଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ପୂର୍ବରୁ ଆଇନକୁ ଆଳ କରି ନିର୍ଭୟା ଦୋଷୀ ଫାଶୀ ଟାଳିବାକୁ ଉଦ୍ୟମ କରିସାରିଛନ୍ତି। ତେବେ ନିକଟରେ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ୪ଜଣ ଦୋଷୀଙ୍କୁ ମାର୍ଚ୍ଚ ୨୦ ସକାଳ ସାଢ଼େ ୫ଟାରେ ଫାଶୀ ଖୁଣ୍ଟରେ ଝୁଲାଇବାକୁ ତୃତୀୟ ଥର ଡେଥ୍‌ ଓ୍ବାରେଣ୍ଟ ଜାରି କରିଥିଲେ।

Share