ନୂଆଦିଲ୍ଲୀ,୧୦।୧୨: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ଅକ୍ଷୟ କୁମାର ସିଂ ମଙ୍ଗଳବାର ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ କରିଛନ୍ତି। ଅନ୍ୟ ଦୋଷୀମାନଙ୍କ ଭଳି ଅକ୍ଷୟଙ୍କୁ ମଧ୍ୟ ଟ୍ରାଏଲ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଆଉ ଏହାକୁ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମ କୋର୍ଟ କାଏମ ରଖିଛନ୍ତି। ଅକ୍ଷୟଙ୍କ ଭଳି ପୂର୍ବରୁ ଏହି ମାମଲାର ଅନ୍ୟ ଜଣେ ଦୋଷୀ ବିନୟ ଶର୍ମା ରାଷ୍ଟ୍ରପତିଙ୍କ ନିକଟକୁ ରାଜକ୍ଷମା ଆବେଦନ ମଧ୍ୟ ପଠାଇଥିଲେ। ହେଲେ ଏହା ଖାରଜ ହୋଇଯାଇଥିଲା। ଏବେ ଏମାନଙ୍କ ଡେଥ୍ ଓ୍ବାରେଣ୍ଟ ଜାରି ହେବାକୁ ବାକି ରହିଛି। ଗୋଟିଏ ପଟେ ଡେଥ୍ ଓ୍ବାରେଣ୍ଟ ପାଇଁ ଅପେକ୍ଷା ଓ ଫାଶୀ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଅକ୍ଷୟଙ୍କ ପୁନର୍ବିଚାର ଆବେଦନ ପୁଣିଥରେ ମାମଲାକୁ ଅଡୁଆ ଭିତରକୁ ଟାଣି ନେଇଛି।