Categories: ଜାତୀୟ

ସୁପ୍ରିମକୋର୍ଟରେ ରହିବ ସ୍ଥାୟୀ ସାମ୍ବିଧାନିକ ପୀଠ

ନୂଆଦିଲ୍ଲୀ,୨୨ା୯: ପାଖାପାଖି ୭୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟରେ ସ୍ଥାୟୀ ଭାବେ ୫ ଜଣିଆ ସାମ୍ବିଧାନିକ ପୀଠ ଗଠନ ହେବାକୁ ଯାଉଛି। ଜଟିଳ ସାମ୍ବିଧାନିକ ପ୍ରଶ୍ନର ସମାଧାନ ଏବଂ ଆଇନର ବ୍ୟାଖ୍ୟା ପାଇଁ ଏହା କାର୍ଯ୍ୟ କରିବ।
୧୯୫୦ରେ ୮ ଜଣ ବିଚାରପତିଙ୍କୁ ନେଇ ସୁପ୍ରିମକୋର୍ଟ ଆରମ୍ଭ ହୋଇଥିଲା। ଏବେ ଏହାର ବିଚାରପତି ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ଅକ୍ଟୋବର ୧ରୁ ସ୍ଥାୟୀ ସାମ୍ବିଧାନିକ ବେଞ୍ଚ୍‌ ଗଠନ ଲାଗି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କୁ ସ୍ବାଧୀନତା ପ୍ରଦାନ କରାଯାଇଛି। ପୂର୍ବ ବ୍ୟବସ୍ଥା ଅନୁଯାୟୀ କୌଣସି ଆଇନ ସମ୍ପର୍କିତ ପ୍ରଶ୍ନ ଗୁରୁତ୍ୱପୂର୍ଣ୍ଣ ମନେକଲେ ୨ ଜଣିଆ ଖଣ୍ଡପୀଠ ଏହାକୁ ତିନି ଜଣିଆ ଖଣ୍ଡପୀଠଙ୍କ ପାଖକୁ ପଠାଉଥିଲେ। ନିର୍ଦ୍ଦିଷ୍ଟ କେତେକ ଗୁରୁତ୍ୱପୂର୍ଣ୍ଣ ମାମଲା ସାମ୍ବିଧାନିକ ପୀଠକୁ ଯାଉଥିଲା। ପରେ ସିଜେଆଇ ମାମଲାର ଗୁରୁତ୍ୱକୁ ଅନୁଭବ କରି ଏଥିପାଇଁ ବିଚାରପତିଙ୍କୁ ନିୟୋଜିତ କରୁଥିଲେ। ତେବେ ଗତ ୩ ଦଶନ୍ଧିରେ ମୌଳିକ ଅଧିକାର ସମ୍ପର୍କିତ ମାମଲା, ଗୁରୁତ୍ୱପୂର୍ଣ୍ଣ ଜନସ୍ବାର୍ଥ ମାମଲା ସଂଖ୍ୟା ଏତେ ବଢ଼ିଯାଇଥିଲା ଯେ ୫ ଜଣିଆ ସାମ୍ବିଧାନିକ ପୀଠ ଗଠନ ସିଜେଆଇମାନଙ୍କ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।

Share