Categories: ଜାତୀୟ

ସୁପ୍ରିମକୋର୍ଟରେ ୬ ରିଭ୍ୟୁ ପିଟିଶନ

ନୂଆଦିଲ୍ଲୀ, ୭ା୧୨(ପି.ଟି.): ନଭେମ୍ବର ୯ରେ ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ଦେଇ ରାମମନ୍ଦିର ନିର୍ମାଣ ପଥ ପରିଷ୍କାର କରିଥିବାବେଳେ ଏହା ବିରୋଧରେ ଶୁକ୍ରବାର ଭିନ୍ନ ଭିନ୍ନ ଭାବେ ୬ଟି ରିଭ୍ୟୁ ପିଟିଶନ ଦାଖଲ କରାଯାଇଛି। ପୂର୍ବରୁ ଏହି ମାମଲାର ପକ୍ଷ ଥିବା ମୌଲାନା ମୁଫ୍‌ତି ହସ୍‌ବୁଲ୍ଲା, ମହମ୍ମଦ ଉମର, ମୌଲାନା ମହଫୁଜୁର ରହମନ ଓ ମିଶ୍‌ବାହୁଦ୍ଦିନ ଏହି ରିଭ୍ୟୁ ପିଟିଶନ ଦାଖଲ କରିଛନ୍ତି। ଗତ ଡିସେମ୍ବର ୨ରେ ମୌଲାନା ସୟଦ ଅଶାଦ୍‌ ରଶିଦି ଏନେଇ ରିଭ୍ୟୁ ପିଟିଶନ ଦାଖଲ କରିଥିଲେ। ବାବ୍ରୀ ମସ୍‌ଜିଦ ନିର୍ମାଣ ଲାଗି ନିର୍ଦ୍ଦେଶ ଦିଆଗଲା ତାହା ପୂର୍ଣ୍ଣ ନ୍ୟାୟର ମାନ୍ୟତା ପାଇପାରିବ ବୋଲି ଏଥିରେ ଦର୍ଶାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ନଭେମ୍ବର ୯ରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ଅଯୋଧ୍ୟାର ବିବାଦୀୟ ୨.୭୭ ଏକର ଜମି ରାମ ଲାଲାଙ୍କ ସପକ୍ଷରେ ଅର୍ଥାତ୍‌ ରାମମନ୍ଦିର ନିର୍ମାଣ ଲାଗି ରାୟ ଦେବା ସହ ମସ୍‌ଜିଦ ନିର୍ମାଣ ଲାଗି ସ୍ବତନ୍ତ୍ର ୫ ଏକର ଜାଗା ଯୋଗାଇଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

Share