ସୁପ୍ରିମକୋର୍ଟର ଜଣେ କର୍ମଚାରୀ କରୋନା ପଜିଟିଭ

ନୂଆଦିଲ୍ଲୀ,୨୮।୪: କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ସୁପ୍ରିମକୋର୍ଟର ଜଣେ କର୍ମଚାରୀ କରୋନାରେ ପୀଡ଼ିତ ଥିବା ଜଣାପଡିବା ପରେ ଏବେ ଚିନ୍ତା ବଢି ଯାଇଛି। ଉକ୍ତ କର୍ମଚାରୀ ଜଣକ ଏପ୍ରିଲ ୧୬ରେ କୋର୍ଟ ଆସିଥିବା କୁହାଯାଉଛି। ତେଣୁ ଏହି କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଏବେ ଖୋଜା ଚାଲିଛି। ଏହା ବ୍ୟତୀତ ସୁପ୍ରିମକୋର୍ଟର ୨ଜଣ ରେଜିଷ୍ଟ୍ରାରଙ୍କୁ ୩୦ ଏପ୍ରିଲ ପର୍ଯ୍ୟନ୍ତ କ୍ୱାରାଣ୍ଟାଇନକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ଦେଶରେ ଲକ୍‌ଡାଉନ ୨.୦ର ଅବଧି ପୂରଣ ହେବାକୁ ଆଉ ମାତ୍ର ୫ ଦିନ ବାକିଥିବା ବେଳେ କରୋନା ସଂକ୍ରମଣ ଉପରେ ଲଗାମ ଲାଗି ପାରି ନ ଥିବାରୁ ଏବେ ଏହାକୁ ନେଇ ଦେଶବାସୀଙ୍କ ଚିନ୍ତା ବଢିବାରେ ଲାଗିଛି। ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ମୁହାଁ ହୋଇଥିବାରୁ ଏହା କି ପରିସ୍ଥିତି ସୃଷ୍ଟି କରିବ ତାକୁ ନେଇ ଚାଲିଛି ଗବେଷଣା।

Share