Categories: ଜାତୀୟ

ସୁପ୍ରିମକୋର୍ଟ ଆମପାଇଁ ଭଗବାନ: ସଞ୍ଜୟ ରାଉତ

ମୁମ୍ବାଇ,୨୭ ।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ବେଳକୁ ବେଳ ଭିନ୍ନ ଭିନ୍ନ ମୋଡ ନେଉଛି । ଅସନ୍ତୁଷ୍ଟ ବିଧାୟକ ଦଳର ନେତା ଏକନାଥ ସିନ୍ଧେଙ୍କ ଆବେଦନର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ କରାଯାଇଛି । ଏହି ଶୁଣାଣି ସମୟରେ ଡେପୁଟି ସ୍ପିକରଙ୍କୁ ନାଟିସ ଜାରି କରାଯିବା ସହ ଏହାର ଜବାବ ୫ ଦିନ ମଧ୍ୟରେ ଦେବାକୁ କୁହାଯାଉଛି । ଆଉ ପରବର୍ତ୍ତି ଶୁଣାଣି ୧୧ ଜୁଲାଇକୁ ଘୁଞ୍ଚାଇ ଦିଆଯାଇଛି ।
ଏବେ ଏହି ଶୁଣାଣିକୁ ନେଇ ଶିବସେନା ନେତା ତଥା ଏମପି ସଞ୍ଜୟ ରାଉତ କହିଛନ୍ତି ବିଧାୟକଙ୍କ ଅଯୋଗ୍ୟ ଘୋଷଣା ପ୍ରକ୍ରିୟା ୧୧ ଜୁଲାଇ ପରେ ହେବ । କେବଳ ସେତିକି ନୁହେଁ ସଞ୍ଜୟ କହିଛନ୍ତି ସୁପ୍ରିମକୋର୍ଟ ଆମ ପାଇଁ ଭଗବାନ । ହେଲେ ମହାରାଷ୍ଟ୍ର ଜନତାଙ୍କ ଭଗବାନ ଅଲଗା । ସେ ଆହୁରି ମଧ୍ୟ କହିଛନ୍ତି ମୋତେ ଗିରଫ କରାଯାଉ ମୁଁ ଏଠି ଶିବସେନା ଭବନରେ ବସିଛି । ଯଦି ମୋତେ ଶିବସୈନିକଙ୍କ ପାଇଁ ବଳିଦାନ ଦେବାକୁ ପଡେ ତେବେ ମୁଁ ପ୍ରସ୍ତୁତ । ଏହା କୌଣସି ବଡ କଥା ନୁହେଁ ।

Share