ନୂଆଦିଲ୍ଲୀ,୨୫ା୭(ପି.ଟି.): ସୁପ୍ରିମକୋର୍ଟଙ୍କ ରାୟ ଦେଶର ୯ଟି ଆଞ୍ଚଳିକ ଭାଷାରେ ଅନୁବାଦ କରାଯାଇ କୋର୍ଟ ଓ୍ବେବ୍ସାଇଟ୍ରେ ଅପ୍ଲୋଡ୍ କରାଯାଇଛି। ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବୁଧବାର ପ୍ରକାଶ କରିଛନ୍ତି। ଅସମୀୟା, ବେଙ୍ଗଲୀ, ହିନ୍ଦୀ, କନ୍ନଡ଼, ମରାଠୀ, ଓଡ଼ିଆ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁ ଭାଷାରେ ଏହି ରାୟ ଅନୁବାଦ କରାଯାଇଥିବା ଲୋକ ସଭାରେ ସେ କହିଛନ୍ତିି। ଜମି ଅଧିଗ୍ରହଣ, ସେବା, ଅପରାଧ, ପାରିବାରିକ, ଦେବୋତ୍ତର, ଦଲିଲ, ଭାଗଚାଷ, ଉପଭୋକ୍ତା ସୁରକ୍ଷା ସମ୍ପର୍କିତ ରାୟ ଏବେ ଏହି ୯ ଆଞ୍ଚଳିକ ଭାଷାରେ କୋର୍ଟ ଓ୍ବେବ୍ସାଇଟ୍ରେ ଉପଲବ୍ଧ ବୋଲି ସେ ପ୍ରକାଶ କରିଛନ୍ତି।