Categories: ଜାତୀୟ

ସୁପ୍ରିମକୋର୍ଟ ଗଲେ ବିନୟ ଶର୍ମା

ନୂଆଦିଲ୍ଲୀ,୧୨ା୨(ପି.ଟି.): ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଷ୍ଟ୍ରପତି ତାଙ୍କ ରାଜକ୍ଷମା ଆବେଦନ ଖାରଜ କରିବା ପରେ ବିନୟ ଏହାକୁ ଚ୍ୟାଲେଞ୍ଜ
କରି ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରିଛନ୍ତି। ମନ୍ଦ ଉଦ୍ଦେଶ୍ୟ ରଖି ଅତି ତରବରିଆ ଭାବେ ମର୍ସି ପିଟିଶନକୁ ଖାରଜ କରି
ସମ୍ବିଧାନର ଉଲ୍ଲଂଘନ କରାଯାଇଥିବା ଏଥିରେ ଦର୍ଶାଯାଇଛି। ବିନୟଙ୍କୁ ମିଳିଥିବା ଫାଶୀ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡାଦେଶରେ ପରିବର୍ତ୍ତିତ କରିବା ପାଇଁ ଏଥିରେ ସେ ଅନୁରୋଧ କରିଛନ୍ତି।

Share