Categories: ଜାତୀୟ

ସୁପ୍ରିମକୋର୍ଟ ଗଲେ ଶିବସେନା-ଏନ୍‌ସିପି-କଂଗ୍ରେସ

ନୂଆଦିଲ୍ଲୀ,୨୪ା୧୧: ଦେବେନ୍ଦ୍ର ଫଡ୍‌ନବିସଙ୍କ ନେତୃତ୍ୱରେ ସଂଖ୍ୟାଲଘୁ ଭାଜପା ସରକାର ଗଢ଼ିବାରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ମନମାନିକୁ ଚ୍ୟାଲେଞ୍ଜ କରି ଶନିବାର ସନ୍ଧ୍ୟାରେ ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜ୍ୟପାଳଙ୍କ କାର୍ଯ୍ୟକୁ ବେଆଇନ ଘୋଷଣା କରିବା ପାଇଁ ସେମାନେ ଦାବି କରିଛନ୍ତି। ସମ୍ଭାବ୍ୟ ଘୋଡ଼ାବେପାର ରୋକିବାକୁ ହେଲେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକି ୨୪ ଘଣ୍ଟା ମଧ୍ୟରେ ଆସ୍ଥାଭୋଟ ଲୋଡିବା ଲାଗି ନିର୍ଦ୍ଦେଶ ଦେବା ନିମନ୍ତେ ରିଟ୍‌ ପିଟିଶନରେ ସେମାନେ ଅଦାଲତଙ୍କୁ ଅନୁରୋଧ କରିଛନ୍ତି। ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଶନିବାର ରାତିରେ ପିଟିଶନର ଶୁଣାଣି ଲାଗି ସେମାନେ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Share