Categories: ଜାତୀୟ

ସୁପ୍ରିମ୍‌କୋର୍ଟକୁ ମିଳିବ ନୂଆ ବିଲ୍ଡିଂ: ଖର୍ଚ୍ଚ ହୋଇଛି ୮ଶହ ୮୫ କୋଟି

ନୂଆଦିଲ୍ଲୀ,୧୭।୭: ସୁପ୍ରିମ୍‌କୋର୍ଟକୁ ନୂଆ ବିଲ୍ଡିଂ ମିଳିବ। ଏହାର ଉଦ୍‌ଘାଟନ ବୁଧବାର ଅପରାହ୍ନ ୪ଟା ୩୦ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କରିବେ। ଏହି କାର୍ଯ୍ୟକ୍ରମରେ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ପ୍ରମୁଖ ଉପସ୍ଥିତ ରହିବେ। ପ୍ରାୟ ୧୨ ଏକର ପରିମିତ ଅଞ୍ଚଳରେ ରହିଥିବା ସୁପ୍ରିମ୍‌କୋର୍ଟର ଏହି ନୂଆ ବିଲ୍ଡିଂ ନିର୍ମାଣରେ ୮ଶହ ୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାକୁ ୧୫ ଲକ୍ଷ ୪୦ ହଜାର ବର୍ଗଫୁଟ ଜମିରେ ନିର୍ମାଣ କରାଯାଇଥିବା କୁହାଯାଉଛି। ଏଥିରେ ପରିବେଶ ଅନୁକୁଳ ସୌରଶକ୍ତିର ଉପଯୋଗ କରାଯାଇଛି।

Share