ସୁପ୍ରିମ୍‌କୋର୍ଟଙ୍କ ରାୟ ଆଗରେ ନୋଇଁଲେ ଟ୍ରମ୍ପ୍‌: ୨୦୨୦ ଜନଗଣନାରେ ରହିବନି ନାଗରିକତା ପ୍ରଶ୍ନ

ଓ୍ବାଶିଂଟନ,୩।୭: ଆମେରିକା ସୁପ୍ରିମ୍‌କୋର୍ଟଙ୍କ ରାୟ ଆଗରେ ରାଷ୍ଟ୍ରପ୍ରତି ଡୋନାଲ୍ଡ ଟ୍ରମ୍ପ୍‌ ନୋଇଁବାକୁ ବାଧ୍ୟ ହୋଇଛନ୍ତି। ଫଳରେ ଏଣିକି ୨୦୨୦ରେ ଆମେରିକାରେ ହେବାକୁଥିବା ଜନଗଣନାରେ ନାଗରିକତା ପ୍ରଶ୍ନକୁ ବାଦ୍‌ ଦିଆଯିବ। ୧୯୫୦ ଜନଗଣନା ପରେ ପ୍ରଥମଥର ପାଇଁ ଟ୍ରମ୍ପ୍‌ ସରକାର ୨୦୨୦ ଜନଗଣନାରେ ବିବାଦୀୟ ନାଗରିକତା ପ୍ରଶ୍ନକୁ ସାମିଲ୍‌ କରାଇବା ଯୋଜନା କରିଥିଲେ। ତେବେ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଟ୍ରମ୍ପ୍‌ଙ୍କୁ ଝଟ୍‌କା ଲାଗିଛି। ଇତିମଧ୍ୟରେ ଜନଗଣନା ସମ୍ପର୍କିତ ପ୍ରଶ୍ନାବଳୀର ପ୍ରିଣ୍ଟିଂ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିବା କୁହାଯାଉଛି। ଏଥିରେ ନାଗରିକତା ପ୍ରଶ୍ନକୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ।

Share